ସିବିଆଇ ରେଡ୍ ପରେ IAS ପଦରୁ ବିଷ୍ଣୁପଦଙ୍କ ଇସ୍ତଫା ! ମୁଖ୍ୟ ଶାସନ ସଚିବଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ପୁଣି ସିବିଆଇ ରେଡ୍ । ବୁଧବାର ସକାଳୁ ୮ ଜଣିଆ ସିବିଆଇ ଟିମ୍ ପହଞ୍ଚି ତଲାସୀ କରିଛି । ବିଷ୍ଣୁପଦଙ୍କ ସରକାରୀ କ୍ଵାର୍ଟର୍ସରେ ସିବିଆଇ ରୁଫ୍ ଆଣ୍ଡ ବ୍ରିଜ୍ ଲାଞ୍ଚ ମାମଲାରେ ରେଡ୍ କରିଥିବା ଜଣାପଡିଛି ।

ଅନ୍ୟପଟେ ଆଇଏଏସ ପଦରୁ ବିଷ୍ଣୁପଦ ସେଠୀ ଇସ୍ତଫା ଦେବେ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି । ଇସ୍ତଫା ନେଇ ଜିଏ ତରଫରୁ ସ୍ପଷ୍ଟ କରାଯାଇନି । ବିଷ୍ଣୁପଦ ସେଠୀଙ୍କ ବିରୋଧରେ ତଦନ୍ତ ଚାଲିଛି ।

ତେବେ ସିବିଆଇର ୮ ଜଣିଆ ଟିମ କରୁଛନ୍ତି ପଚରାଉଚରା । ବ୍ରିଜ ଆଣ୍ଡ ରୁଫ କମ୍ପାନିକୁ ଅନୁକମ୍ପା ଦେଖାଇଥିଲେ ବିଷ୍ଣୁପଦ ।  ହେଲେ ଏନେଇ ମୁହଁ ଖୋଲିଛନ୍ତି ବିଷ୍ଣୁପଦ । କହିଛନ୍ତି ମୋ ନାଁରେ କୈଣସି ଏଫଆଇଆର ନାହିଁ । ମୁଁ ୩୦ ବର୍ଷ ଧରି ସ୍ୱଚ୍ଛର ସହ କାମ କରିଛି । ଚଞ୍ଚଲ ମୁଖାର୍ଜୀଙ୍କ ସହ  କୌଣସି ସମ୍ପର୍କ ନାହିଁ ।  ମୋ ଜୀବନ ପ୍ରତି ବିପଦ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ବିଷ୍ମୁପଦ ସେଠୀ ।