fbpx

ବିଶ୍ୱକର୍ମା ପୂଜା ଦିନ ଭୁଲରେ କରନ୍ତୁନି ଏହି କାମ, ରୋଜଗାର ଏବଂ କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଅବଶ୍ୟ କରନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର:ବୈଦିକ ରୀତି ଅନୁସାରେ, ପ୍ରତି ବର୍ଷ ଭାଦ୍ରବ ମାସର ଶୁକ୍ଳ ପକ୍ଷର ଚତୁର୍ଦଶୀ ତିଥି ଦିନ ବିଶ୍ୱକର୍ମା ପୂଜା ହୋଇଥାଏ। ଚଳିତ ବର୍ଷ ବିଶ୍ୱକର୍ମା ପୂଜା ଓଡ଼ିଶାରେ ସୋମବାର ଦିନ ଅର୍ଥାତ ଆଜି ପାଳନ କରାଯାଉଛି। ତେବେ ଆଜି ଭଗବାନ ବିଶ୍ୱକର୍ମାଙ୍କ ପାଇଁ ଉପାସନା କରାଯାଇଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ବିଶ୍ୱକର୍ମା ପୂଜାର ଶୁଭ ଅବସରରେ ପୂଜା-ପାଠ କରିବାରେ ବିଶେଷ ଲାଭ ମିଳିବା ସହ ରୋଜଗାର ଏବଂ କର୍ମକ୍ଷେତ୍ରରେ ଉନ୍ନତି ଆସିଥାଏ। ତେବେ ଆସନ୍ତୁ ଜାଣିବା ଏହି ଦିନ କଣ କରିବେ ଏବଂ କ’ଣ ନ କରିବା ଉଚିତ..

ବିଶ୍ୱକର୍ମା ପୂଜା ଦିନ କ’ଣ କରିବେ ଏବଂ କ’ଣ ନ କରିବେ:

-ବିଶ୍ୱକର୍ମା ପୂଜା ଦିନ ଯନ୍ତ୍ରପାତିର ବ୍ୟବହାର ନ କରିବା ଆବଶ୍ୟକ। ଏହି ଦିନ ଉପକରଣ ଗୁଡିକର ବ୍ୟବାହର କରନ୍ତୁନି କି କାହାକୁ କାରିବାକୁ ଦିଅନ୍ତୁନି। ଏଥିରେ ଭଗବାନ କ୍ରୋଧିତ ହୋଇଥାଆନ୍ତି।
– ବିଶ୍ୱକର୍ମା ପୂଜା ଦିନ ଯନ୍ତ୍ରପାତିର ବିଶେଷ ପୂଜା ହୋଇଥାଏ। ବ୍ୟବସାୟରେ ବ୍ୟବହୃତ କରାଯାଉଥିବା ଜିନିଷ ଯେପରି ତୋଜୋରୀ(ଟଙ୍କା ପଇସା ରହୁଥିବା ସ୍ଥାନ), କାରଖାନାରେ ବ୍ୟବହୃତ ମେସିନ ଇତ୍ୟାଦି ମଧ୍ୟ ପୂଜା କରାଯାଇଥାଏ। ଏଥିପାଇଁ ଏହି ଯନ୍ତ୍ରପାତିର ଅପମାନ ନ କରିବା ଆବଶ୍ୟକ।
-ଏହି ପୂଜା ଦିନ ମଦ-ମାଂସ ଆଦିଠାରୁ ନିଜକୁ ଦୂରେଇ ରଖନ୍ତୁ। ନଚେତ ବିଶ୍ୱକର୍ମା ପ୍ରବୁ କ୍ରୋଧିତ ହୋଇଥାଆନ୍ତି। ଏହା କରିବା ଦ୍ୱାରା କର୍ମକ୍ଷେତ୍ରରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।
-ଏହି ଦିନ ଲୋକଙ୍କୁ ଭୋଜନ କରାନ୍ତୁ, ବସ୍ତ୍ର ବା ଧନ ଦାନ କରନ୍ତୁ।ଏପରି କରିବାରେ ଲାଭ ମିଳିଥାଏ ଏବଂ ଦେବତାଙ୍କ ଆଶୀର୍ବାଦ ମିଳିଥାଏ।
-ବିଶ୍ୱକର୍ମା ଦିନ ଭଗବାନ ବିଷ୍ଣୁଙ୍କ ସ୍ତୋତ୍ର ଏବଂ ମନ୍ତ୍ରର ଜପ କରିବା ଆବଶ୍ୟକ। ଏପରି କରିବାରେ ଜୀବନରେ ସୁଖ-ସମୃଦ୍ଧି ଆସିଥାଏ ଏବଂ ଧନ-ଧାନ୍ୟ ପ୍ରାପ୍ତି ହୋଇଥାଏ।

Get real time updates directly on you device, subscribe now.