fbpx

‘ନିଇତି ଦେଉଥିଲେ ନିର୍ଯାତନା, ଶେଷରେ ହତ୍ୟା କରିଦେଲେ ଆମ ଝିଅକୁ’… ବିସ୍ମୟାଙ୍କ ପରିବାର ଆଣିଲେ ଗୁରୁତର ଅଭିଯୋଗ

Advertisement

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ବ୍ୟୁରୋ): ପୁଣି ସେଇ ଯୌତୁକ ଲୋଭୀଙ୍କ କଳଙ୍କିତ କଥା । ବହୁ ଚର୍ଚ୍ଚିତ ବିସ୍ମୟା ମୃତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି। ବିସ୍ମୟାଙ୍କ ପରିବାର ଓ ସମ୍ପର୍କୀୟମାନେ ଗୁରୁତର ଅଭିଯୋଗ କରିଛନ୍ତି ଯେ ଅଧିକ ଟଙ୍କା ଦାବି କରି ନିଇତି ଶାଶୂଘରେ ଦିଆଯାଉଥିଲା ନିର୍ଯାତନା । ଆଉ ଶେଷରେ ବିସ୍ମୟାଙ୍କୁ ହତ୍ୟା କରାଯାଇଛି, ଏହା ଆତ୍ମହତ୍ୟା ଆଦୌ ନୁହେଁ ବୋଲି ସେମାନେ ଦାବି କରିଛନ୍ତି ।

ଅଭିଯୋଗ ଅନୁସାରେ କିରଣ କୁମାର ଜଣେ ଅଭ୍ୟାସଗତ ମଦ୍ୟପ ଏବଂ ସେ ତାଙ୍କ ସ୍ତ୍ରୀ ବିସ୍ମୟାଙ୍କୁ ନିର୍ଯାତନା ଦେଇଚାଲିଥିଲେ । ତାଙ୍କର ଦାବି ଥିଲା ଯେ ବିସ୍ମୟଙ୍କ ବାପାଘର ପକ୍ଷରୁ ଦିଆଯାଇଥିବା ଏକ କାର୍ ତାଙ୍କ ଷ୍ଟାଟସ୍ ଅନୁସାରେ ମ୍ୟାଚ୍ କରୁନି । ଏଭଳି ମାରଧର କରିବା ପରେ ସହିବାର ସୀମା ପାର ହେବାରୁ ବିସ୍ମୟା କିଛିଦିନ ପାଇଁ ବାପାଘରକୁ ଆସିଯାଇଥିଲେ । ଉଚ୍ଚ ଶିକ୍ଷାର ଫାଇନାଲ୍ ଇଅର୍ ପରୀକ୍ଷା ପାଇଁ ବିସ୍ମୟା ପ୍ରସ୍ତୁତି ଚଳାଇଥିଲେ ଓ କଲେଜ ଯାଉଥିବାବେଳେ ତାଙ୍କ ବାପା ନିଷ୍ପତ୍ତି ନେଇଥିଲେ ଯେ ଘଟଣାର ସମାଧାନ ହେବା ଯାଏଁ ଝିଅକୁ ଶାଶୂଘର ପଠାଇବେ ନାହିଁ । କିନ୍ତୁ କିରଣ କୁମାର କଲେଜକୁ ଆସି ବିସ୍ମୟାକୁ ଭେଟିବାକୁ ଚାହୁଥିଲେ। ଏପରିକି ପରୀକ୍ଷାର ଶେଷ ଦିନ କିରଣ କୁମାର ତାଙ୍କ ସହ ଯିବା ପାଇଁ ବିସ୍ମୟାଙ୍କୁ କଅଁଳ କଥା କହି ଭୁଲାଇ ଦେଇଥିଲେ । ଫଳରେ ବିସ୍ମୟା ବିଶ୍ୱାସ କରିନେଇଥିଲେ ସ୍ୱାମୀଙ୍କୁ ଏବଂ ତାଙ୍କ ସହ ଶାଶୂଘର ପହଞ୍ଚି ନିଜ ମା’କୁ କଲ୍ କରିଥିଲେ । ସେମାନଙ୍କ ମଧ୍ୟରେ ସବୁ ଠିକଠାକ୍ ଅଛି ଓ ସ୍ୱାମୀଙ୍କ ସହ ସେ ରହିବାକୁ ଚାହୁଛନ୍ତି ବୋଲି କହିଥିଲେ ।

kollam-vismaya-death case

ବାସ୍ ତା’ପରଠାରୁ ସରଳ ବିଶ୍ୱାସୀ ସାଧାସିଧା ଝିଅ ବିସ୍ମୟା ଆଉ ବାପଘର ସହ ଦୀର୍ଘଦିନ ଯୋଗାଯୋଗ କରିନଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ତାଙ୍କ ମୃତ୍ୟୁ ସମ୍ପର୍କରେ କିରଣ କୁମାର କିମ୍ବା ତାଙ୍କ ପରିବାର ପକ୍ଷରୁ ବିସ୍ମୟାଙ୍କ ବାପଘରକୁ କିଛି ସୂଚନା ଦିଆଯାଇନଥିଲା । ବିସ୍ମୟାଙ୍କ ମୃତ୍ୟୁର ଦୀର୍ଘ ଘଣ୍ଟା ପରେ ଏକ କଲ୍ ଆସିଥିଲା ଯେ ସେ ମେଡିକାଲ୍ରେ ଆଡମିଟ୍ ହୋଇଛନ୍ତି କିନ୍ତୁ ସେଠାରେ ପରିବାର ଲୋକ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ଝିଅ ଆଉ ନାହିଁ । ଦୁର୍ଭାଗ୍ୟର କଥା ଯେ ପରିବାର ଲୋକ ଚାହୁଥିଲେ ଆବଶ୍ୟକ ହେଲେ ବିସ୍ମୟା ଓ କିରଣଙ୍କ ବିବାହକୁ ରଦ୍ଦ କରାଯାଇପାରେ କିନ୍ତୁ ଏମିତି ହଠାତ୍ ବିସ୍ମୟାଙ୍କ ସହ ଘଟିବ ବୋଲି କେହି ବିଶ୍ୱାସ କରିପାରୁନାହାନ୍ତି ବୋଲି କହିଛନ୍ତି ଜଣେ ସ୍ୱେଚ୍ଛାସେବୀ ସଜୀଦ୍ ।

vismaya-v-nair-kollam-death

ଅନ୍ୟପକ୍ଷରେ ସୋସିଆଲ୍ ମିଡିଆ ଫେସବୁକ୍ରେ ବିସ୍ମୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଅନେକ କିରଣ କୁମାରଙ୍କୁ କଡ଼ା ଦଣ୍ଡ ଦେବାକୁ ମତାମତ ଦେଉଛନ୍ତି। ବିସ୍ମୟା ଶେଷଥର ପାଇଁ ଫେସବୁକ୍ରେ ଜୁନ୍ ୮ ତାରିଖରେ ଏକ ପୋଷ୍ଟ କରିଥିଲେ ଯାହାକି ଏକ କାର୍ ମଧ୍ୟରୁ ଫଟୋ ଉଠାଯାଇଥିଲା ଏବଂ ଏଥିରେ ସେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଟାଗ୍ କରିଥିଲେ ।

Get real time updates directly on you device, subscribe now.