ନୂଆଦିଲ୍ଲୀ: Vivo X200 ଏବଂ Vivo X200 Proଭାରତରେ ଲଞ୍ଚ ହୋଇଛି। ଚୀନ କମ୍ପାନୀର ଏହି ଦୁଇଟି ଫ୍ଲାଗସିପ୍ ସ୍ମାର୍ଟଫୋନ ୧୬ଜିବି RAM, IP69ଭଳି ଜବରଦସ୍ତ ଫିଚର୍ସ ସହ ଆସୁଛି। ଏହି ସିରିଜର ମୂଲ୍ୟ ଲଞ୍ଚ ହୋଇଥିବା iPhone 16 ଠାରୁ ବି ଅଧିକ। କମ୍ପାନୀର ଦାବି ରହିଛି ଯେ, ଏହି ସ୍ମାର୍ଟଫୋନରେ ଜବରଦସ୍ତ କ୍ୟାମେରା ଦିଆଯାଇଛି, ଯାହା ପାଇଁ ଭିଭୋ ପୁଣିଥରେ Zeiss ସହ ଇନ-ହାଉସ ଡେଡିକେଟେଡ V3+ ଇମେଜିଂ ଚିପ୍ ସହ ଆସିଛି। ଆସନ୍ତୁ ଜାଣିବା ଭିଭୋର ଏହି ଦୁଇଟି ଫୋନରେ କଣ ରହିଛି ଖାସ୍।
Vivo X200 କୁ ଦୁଇଟି ଷ୍ଟୋରେଜ ଭ୍ୟାରିଏଣ୍ଟ- 12GB RAM + 256GB ଏବଂ 16GB RAM + 512GB ରେ ଲଞ୍ଚ କରିଛି। ଏହାର ବେସ୍ ଭ୍ୟାରିଆଣ୍ଟର ମୂଲ୍ୟ ୬୫ ହଜାର ୯୯୯ ଟଙ୍କା ହୋଇଥିବା ବେଳେ ଏହାର ଟପ୍ ଭ୍ୟାରିଏଣ୍ଟ ୭୧ ହଜାର ୯୯୯ ହଜାର ଟଙ୍କାରେ ଆସୁଛି।
ଡିସପ୍ଲେ: Vivo X200ରେ ୬.୬୭ ଇଞ୍ଚର 1.5K AMOLED 8T LTPS ଡିସପ୍ଲେ ଦିଆଯାଇଛି, ଯାହାକି 120Hz ହାଇ ରିଫ୍ରେସ ରେଟ ଫିଚରକୁ ସପୋର୍ଟ କରିଥାଏ। ସେହିପରି Vivo X200 Pro ରେ 6.78 ଇଞ୍ଚର 1.5K LTPO AMOLED ଡିସପ୍ଲେ ଦିଆଯାଇଛି। ଏହି ଦୁଇଟି ଫୋନର ଡିସପ୍ଲେ ୪ହଜାର ୫୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ କରିଥାଏ।
ଏହାର ପ୍ରୋ ମଡେଲରେ 50MP Sony LYT 818 ମେନ କ୍ୟାମେରା ସେନ୍ସର ରହିଛି, ଯାହା OIS ଅର୍ଥାତ ଅପ୍ଟିକାଲ ଇମେଜ ଷ୍ଟାବଲାଇଜେସନ ଫିଚରକୁ ସପୋର୍ଟ କରିଥାଏ। ଏହା ବ୍ୟତୀତ ଫୋନରେ 50MPର ଟେଲିଫଟୋ ୱାଇଡ ଆଙ୍ଗେଲ ଅଟୋଫୋକସ କ୍ୟାମେରା ମିଳିବ। ଏଥିସହ 200MP ଟେଲିଫଟୋ ISOCELL HP9 କ୍ୟାମେରା ସେନ୍ସର ଦିଆଯାଇଛି, ଯାହା OIS ଏବଂ 3.7x ଆପ୍ଟିକାଲ ଜୁମକୁ ସପୋର୍ଟ କରିବ। ଏହି ଫୋନରେ ଡେଡିକେଟେଡ V3+ ଇମେଜିଂଗ ଚିପ୍ ଦିଆଯାଇଛି।
Vivo X200 ରେ 50MP Sony IMX921 କ୍ୟାମେରା ସେନ୍ସର ମିଳିବ, ଯାହା OIS କୁ ସପୋର୍ଟ କରିଥାଏ। ଏହା ବ୍ୟତୀତ ଫୋନରେ 50MP ଟେଲିଫୋଟୋ ଏବଂ 50MPର ୱାଇଡ ଆଙ୍ଗେଲ କ୍ୟାମେରା ମିଳିବ। ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଏହି ଦୁଇ ଫୋନରେ 32MPର କ୍ୟାମେରା ଦିଆଯାଇଛି।
Vivo X200 Pro ରେ 6,000mAh ଦମଦାର ଭିଡିଓ ଦିଆଯାଇଛି। ସେହିପରି Vivo X200 ରେ 5,800mAh ର ବ୍ୟାଟେରୀ ଦିଆଯାଇଛି। ଏହି ଦୁଇଟି ଫୋନ 90W ୱେୟାର୍ଡ ଫାଷ୍ଟ ଚାର୍ଜି ଫିଚରକୁ ସପୋର୍ଟ କରିଥାଏ। ଏହାର ପ୍ରୋ ମଡେଲରେ 30W ୱେୟାରଲେସ ଚାର୍ଜିଂର ସପୋର୍ଟ ଦିଆଯାଇଛି।