fbpx

Vivo Y58 5G ଫୋନର ଦାମ୍ କମିଲା: କମ୍ପାନୀର ବଡ଼ ଘୋଷଣା

ନୂଆଦିଲ୍ଲୀ: ଭିଭୋ ୱାଇ୫୮ ୫ଜି ଫୋନର ଦାମ୍ ହ୍ରାସ ପାଇଛି । କମ୍ପାନୀ ପକ୍ଷରୁ ଏନେଇ ଏକ ବଡ଼ ଘୋଷଣା କରାଯାଇଛି । ଦୁଇମାସ ପୂର୍ବରୁ ଏହି ଫୋନକୁ କମ୍ପାନୀ ଲଞ୍ଚ କରିଥିବା ବେଳେ ସେଥିରେ ୬୦୦୦ଏମଏଏଚର ବ୍ୟାଟେରୀ ସହିତ ୫୦ଏମପିର ମେନ ଲେନ୍ସ ଥିବା ଡୁଆଲ ରିୟର କ୍ୟାମେରା ସେଟଅପ୍ ରହିଥିଲା । ଭିଭୋ ୱାଇ୫୮ ୫ଜି ସ୍ମାର୍ଟଫୋନରେ ଅନେକ ଶାନଦାର ଫିଚର୍ସ ରହିଥିବା ବେଳେ କମ୍ପାନୀ ଏହାକୁ ଏବେ ଶସ୍ତାରେ ବିକ୍ରି କରିବାକୁ ଘୋଷଣା କରିଥିବାରୁ ଏହା ଗ୍ରାହକଙ୍କୁ ନିଶ୍ଚିତ ଭାବେ ଫାଇଦା ପ୍ରଦାନ କରିବ ।

ଭିଭୋ ୱାଇ୫୮ ୫ଜି ଫୋନରେ ୬.୭ ଇଞ୍ଚର ଫୁଲ ଏଚଡି ପ୍ଲସ ଏଲସିଡି ଆସୁଛି, ଯାହାକି ୧୨୦ଏଚଜେଡ୍ ରିଫ୍ରେଶ ରେଟ ସପୋର୍ଟ କରିଥାଏ । ସ୍ମାର୍ଟଫୋନ କ୍ୱାଲଖମ ସନାପଡ୍ରାଗନ ୪ ଜେନ ୨ ପ୍ରୋସେସର ସହିତ ଆସିଥାଏ । ଏଥିରେ ୮ ଜିବି ରାମ ଓ ୧୨୮ ଜିମି ଷ୍ଟୋରେଜ୍ ରହିଥାଏ । ଷ୍ଟୋରେଜକୁ ଆପଣମାନେ ୧ ଟିଭି ମେମୋରୀ କାର୍ଡ ସହାୟତାରେ ଏକ୍ସପାଣ୍ଡ କରିପାରିବେ । ଫୋନରେ ଡୁଆଲ ସିମର ସପୋର୍ଟ ରହିଥିବା ବେଳେ ହାଇବ୍ରିଡ ସିମ କାର୍ଡ ସ୍ଲଟ ଦିଆଯାଇଛି । ଆଣ୍ଡ୍ରଏଡ ୧୪ରେ ବେସଡ ଫନଟଚ ଓଏସ ୧୪ ମିଳିଥାଏ । ସେଥିରେ ୨ଏମପିର ପୋର୍ଟରେଟ ସେନ୍ସର ମଧ୍ୟ ରହିଛି । ଏହାର ମୂଲ୍ୟ ୧୮,୪୯୯ ଟଙ୍କା ରହିଥିବା ବେଳେ ଏବେ କମ୍ପାନୀ ୧ ହଜାର ଟଙ୍କା ହ୍ରାସ କରିଦେଇଛି । ଗ୍ରାହକମାନେ ଫ୍ଲିପକର୍ଟ, ଆମାଜନ ଓ ଅନ୍ୟ ରିଟେଲ ଷ୍ଟୋରକୁ ଯାଇ ଏହାକୁ କ୍ରୟ କରିପାରିବେ ।

Get real time updates directly on you device, subscribe now.