କଟକ, ୧୦/୩(ଓଡିଶା ଭାସ୍କର): କଟକ ଗସ୍ତରେ ଯାଇଛନ୍ତି 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ସେଠାରେ ପହଂଚି SCB ପାଇଁ ଜମି ଅଧିଗ୍ରହଣ ଓ ମହାନଦୀ ପଠା ବୁଲି ଦେଖିଛନ୍ତି। ଏହାସହ ବାଦାମବାଡ଼ି ବସଷ୍ଟାଣ୍ଟର ପୁନରୁଦ୍ଧାର ସହ କଟକର ପୁରୀ ଓ ଅନୁଗୁଳ ବସଷ୍ଟାଣ୍ଟର ନବୀକରଣ ନେଇ ଯୋଜନା କରିଛନ୍ତି । ଯେମିତିକି କଟକ ବାଦାମବାଡ଼ି ବସଷ୍ଟାଣ୍ଡର ପୁନରୁଦ୍ଧାର କରାଯିବା ସହ ବସ୍ଷ୍ଟାଣ୍ଡ ନିକଟରେ ଥିବା ୩୦ ଏକର ଜମିରେ ସଂପ୍ରସାରଣ ହେବ। କଟକର ପୁରୀ ଓ ଅନୁଗୁଳ ବସଷ୍ଟାଣ୍ଡର ନବୀକରଣ ନେଇ ମଧ୍ୟ ଯୋଜନା ହୋଇଛି ।
ଲିଙ୍କ ରୋଡ୍ରୁ ବାଦାମବାଡ଼ି ଯାଏ ରାସ୍ତାକୁ ପ୍ରଶସ୍ତ କରାଯିବ। ମେରିଟାଇମ୍ ମ୍ୟୁଜିଅମ ବୁଲିବା ପରେ ବିଶ୍ବନାଥ ଲାଇବ୍ରେରୀରେ ସେ ସମୀକ୍ଷା କରିଛନ୍ତି।ବିଶ୍ବନାଥ ପାଠାଗାର ସ୍ଥାନାନ୍ତର ହେବା ସହ ଉନ୍ନତମାନର କରିବାକୁ ଯୋଜନା ହୋଇଥିବା ସୁୁଚନା ମିିଳିଛି।