fbpx

ରକ୍ତମୁଖା ‘Wagner Group’ କରିବେ ଜେଲେନସ୍କିଙ୍କୁ ହତ୍ୟା: ୟୁକ୍ରେନରେ ପୁଟିନ ବିଛାଇଛନ୍ତି ମରଣର ଜାଲ

ନୂଆଦିଲ୍ଲୀ: ଷଷ୍ଠ ଦିନରେ ପହଞ୍ଚିଛି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ । ଦୁଇ ଦେଶର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଗତକାଲି ଆଲୋଚନା ହୋଇଥିଲେ ହେଁ ସମାଧାନର କୌଣସି ସୂତ୍ର ବାହାରି ପାରିନଥିଲା । ତେବେ ଆଜି ରୁଷ ଯୁଦ୍ଧ ମଇଦାନର ନିଜର ଅସଲ ପରାକ୍ରମ ଦେଖାଇ ଶତ୍ରୁପକ୍ଷକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁକ୍ରେନ ରାଜଧାନୀ କିଭରେ ଫସିଥିବା ଭାରତୀୟଙ୍କ ପାଇଁ ଭାରତ ସରକାର କଠୋର ଆଡିଭାଇଜରି ଜାରି କରିଛନ୍ତି । କିଭର ସ୍ଥିତି ଆଗକୁ ଭୟଙ୍କର ହେବାର ଆଶଙ୍କା ଥିବାରୁ ଯେ କୌଣସି ସାଧନ ସହାୟତାରେ ଉକ୍ତ ସ୍ଥାନ ପରିତ୍ୟାଗ କରିବାକୁ କୁହାଯାଇଛି ।

ତେବେ ଏହା ମଧ୍ୟରେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସୁଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ରୁଷ୍ ଏକ ଘାତକ ସ୍କ୍ୱାଡ୍ଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଜେଲେନସ୍କିଙ୍କୁ ହତ୍ୟା ପାଇଁ ରୁଷ୍ ଯୋଜନା କରୁଥିବା କଥା ମଧ୍ୟ ପୂର୍ବରୁ ସେ କହିଥିଲେ । ତେବେ ‘ୱାଗନର ଗ୍ରୁପ’ ନାମକ ଏହି ଭୟଙ୍କର ସ୍କ୍ୱାଡ ସିଧାସଳଖ ଆଫ୍ରିକାରୁ ବିମାନ ଯୋଗେ ଆସି ୟୁକ୍ରେନରେ ପସିଛନ୍ତି । ଉକ୍ତ ଗ୍ରୁପରେ ୨ ହଜାରରରୁ ୪ ହଜାର ସୈନିକ ରହିଥିବା ବେଳେ କେବଳ ରାଜଧାନୀ କ୍ୱିଭରେ ୪୦୦ ପସିଛନ୍ତି । ପୁଟିନଙ୍କ ଜଣେ ବିଶ୍ୱସ୍ତ ବନ୍ଧୁ ଏହି ଗ୍ରୁପକୁ ପରିଚାଳନା କରୁଥିବା ବେଳେ ଏମାନେ ସମସ୍ତେ ବେଲାରୁସ ଦେଇ ୟୁକ୍ରେନରେ ପସିଥିବା କୁହାଯାଉଛି । ଯୁଦ୍ଧ ଚାଲିଥିବା ସମୟରେ ଜେଲେନସ୍କିଙ୍କ ସହିତ ଅନ୍ୟ ୨୩ ଜଣଙ୍କୁ ହତ୍ୟା କରାଯିବ ବୋଲି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ହତ୍ୟା, ଷଡ଼ଯନ୍ତ୍ର ଭଳି କୁକାର୍ଯ୍ୟରେ ପୁଟିନଙ୍କର ଏହି ସ୍କ୍ୱାଡ୍ ବେଶ ପାରଙ୍ଗମ ।

ରିପୋର୍ଟ ମୁତାବକ, ରୁଷର ସାମରିକ ଗୁଇନ୍ଦା ୟୁନିଟ୍ ଦ୍ୱାରା ଏହି ସ୍କ୍ୱାଡକୁ ତାଲିମ୍ ଦିଆଯାଇଛି । ଏଥିପାଇଁ ସେମାନଙ୍କୁ ମୋଟା ଅଙ୍କର ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯାଇଛି । ନିର୍ଦ୍ଦେଶ ମିଳିବା ପରେ ଏମାନେ ଶତ୍ରୁ ଉପରକୁ ଝପଟି ପଡ଼ିବେ । ସେମାନଙ୍କର ଟାର୍ଗେଟରେ ୟୁକ୍ରେନ ପ୍ରଧାନମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ରହିଛନ୍ତି । ତେବେ ୟୁକ୍ରେନ ଯୁଦ୍ଧରେ ପରାଜିତ ହେବା ପରେ ଏହି ଆତଙ୍କି ସ୍କ୍ୱାଡ୍ ଦେଶ ଭିତରେ ପଶି ସମସ୍ତଙ୍କୁ ନିପାତ କରିବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.