fbpx

Jio-Airtel ପରେ ମୋବାଇଲ୍ ଟାରିଫ୍ ମହଙ୍ଗା କରିଛି Vodafone: ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ହାର ବୃଦ୍ଧି , ଜାଣନ୍ତୁ କେବେଠାରୁ ହେବ ଲାଗୁ ?

Advertisement

ନୂଆଦିଲ୍ଲୀ: ଏୟାରଟେଲ୍ ଏବଂ ଜିଓ ପରେ ଭୋଡାଫୋନ-ଆଇଡିଆ (Vi) ମଧ୍ୟ ନିଜ ମୋବାଇଲ ଟାରିଫ୍ ବଢାବାଇ ପାଇଁ ନିଷ୍ପତ୍ତି ନେଇଛି । କ୍ଷତିରେ ଚାଲିଥିବା ଟେଲିକମ କମ୍ପାନିର ନୂଆ ପ୍ଲାନ୍ ଜୁଲାଇ ୪ରୁ ଲାଗୁ ହେବ । କମ୍ପାନି କୋଟି କୋଟି ୟୁଜର୍ସଙ୍କୁ ଝଟକା ଦେଇ ନିଜ ପ୍ଲାନର ମୂଲ୍ୟକୁ ୧୧ରୁ ୨୪ ପ୍ରତିଶତ ଯାଏ ବଢାଇବା ପାଇଁ ନିଷ୍ପତ୍ତି ନେଇଛି ।

ସେହିପରି ଅନ୍ୟ ଦୁଇ ଘରୋଇ ଟେଲିକମ୍ କମ୍ପାନିର ପ୍ଲାନ୍ ମଧ୍ୟ ୨୨ ପ୍ରତିଶତ ଯାଏ ମହଙ୍ଗା ହୋଇଛି । ଏୟାରଟେଲ୍ ଏବଂ ଜିଓର ନୂଆ ବର୍ଦ୍ଧିତ ଦର ଜୁଲାଇ ୩ରୁ ଲାଗୁ ହେବ ।

ରିପୋର୍ଟ ଅନୁସାରେ, ଭୋଡାଫୋନ ଆଇଡିଆ କହିଛି, ‘କମ୍ପାନି ନିଜ ଉପଭୋକ୍ତାଙ୍କ ବିବିଧ ଆବଶ୍ୟକତାକୁ ପୂରା କରିବା ପାଇଁ ସୁବିଧାରେ ଭରପୁର ପ୍ଲାନର ଏକ ଉନ୍ନତ ଶୃଙ୍ଖଳା ତିଆରି କରିଛି । ପ୍ରାରମ୍ଭିକ ସ୍ତରର ଉପଭୋକ୍ତାଙ୍କୁ ସମର୍ଥନ ହେବା ଏବଂ ବଢୁଥିବା ପ୍ରଯୁକ୍ତି ସହ ଲଗାତାର ଉଚ୍ଚ ମୂଲ୍ୟକୁ ଯୋଡିବା ପାଇଁ ନିଜ ଦର୍ଶନ ଉପରେ କାଏମ ରହି, ଏହି ସ୍ତରର ପ୍ଲାନରେ ପରିବର୍ତ୍ତମାନ ନାମମାତ୍ର ଅଟେ ।’

 

କମ୍ପାନି ୨୮ ଦିନର ନିଜର ପ୍ରାରମ୍ଭିକ ପ୍ଲାନର ମୂଲ୍ୟରେ ୧୧ ପ୍ରତିଶତ ବଢାଇଛି । ସେହିପରି କମ୍ପାନି ୮୪ ଦିନର ଭେଲିଡିଟି ଏବଂ ୧.୫ GB ପ୍ରତିଦିନ ଡାଟାର ଲୋକପ୍ରିୟ ପ୍ଲାନ ମୂଲ୍ୟକୁ ମଧ୍ୟ ୭୧୯ ଟଙ୍କାରୁ ବଢାଇ ୮୫୯ ଟଙ୍କା କରିଛି । ସେହିପରି ଭିଆଇ ନିଜର ବାର୍ଷିକ ଅନଲିମିଟେଡ୍ ପ୍ଲାନର ମୂଲ୍ୟରେ ପ୍ରାୟ ୨୧ ପ୍ରତିଶତ ଯାଏ ବଢାଇଛି । କମ୍ପାନି ଏକ ବୟାନରେ କହିଛି, ‘ଭୋଡାଫୋନ-ଆଇଡିଆ 4G ଏକ୍ସପିରିୟନ୍ସକୁ ଅଧିକ ଉନ୍ନତ କରିବା ସହ 5G ସେବା ଆରମ୍ଭ ପାଇଁ ଆଗାମୀ କିଛି ମାସରେ ଗୁରୁତ୍ୱପୂର୍ଣ୍ଣ ନିବେଶ ଯୋଜନା ପ୍ରସ୍ତୁତ କରୁଛି ।’

Get real time updates directly on you device, subscribe now.