fbpx

ନବରଙ୍ଗପୁରରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ ଗଣତି, ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଏହି ପ୍ରକ୍ରିୟା ୩ ଦିନ ଧରି ଚାଲିବାକୁ ଥିବାବେଳେ ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ଚାଲିଛି । ନବରଙ୍ଗପୁର ଜିଲ୍ଲାରେ ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରାଠାରେ ଥିବା ଶିଳ୍ପ ତାଲିମ କେନ୍ଦ୍ରଠାରେ ଷ୍ଟ୍ରଙ୍ଗରୁମ୍ ଖୋଲାଯାଇ ଜିଲ୍ଲା ପରିଷଦ ଆସନର ଗଣତି ପ୍ରକ୍ରିୟା ଚାଲିଛି ।

ଆଜି ସକାଳ ୮ଟାରୁ ୬ଟି ପଞ୍ଚାୟତରେ ଥିବା ୬୬ଟି ୱାର୍ଡରେ ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ ୧୧ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ତୃତୀୟ ରାଉଣ୍ଡ ଗଣତି ସମାପ୍ତ ହୋଇଛି । ତେବେ ସଦ୍ୟ ରିପୋର୍ଟ ମୁତାବକ, ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଛନ୍ତି । ବିଜେଡି ୧୨୧୬ଟି ଭୋଟ ପାଇଥିବା ବେଳେ ବିଜେପି ୧୦୯୨ଟି ଓ କଂଗ୍ରେସ ୪୪୬ଟି ଭୋଟ ପାଇଛନ୍ତି । ଭୋଟ ଗଣତି ନିମନ୍ତେ ଆହୁରି ୮ ରାଉଣ୍ଡ ବାକି ଅଛି । ଚଳିତ ଥର ଜିଲ୍ଲା ପରିଷଦ ଆସନ ପାଇଁ ମୋଟ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେଡି-ବିଜେପି ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.