fbpx

ମତଦାନ ବେଳେ ଭୋଟରଙ୍କ ମୃତ୍ୟୁ: ବୁଥ ଭିତରେ ଟଳିପଡ଼ିଲେ ବୃଦ୍ଧ

ନୀଳଗିରି: ଆଜି ଶେଷ ପର୍ଯ୍ୟାୟ ମତଦାନରେ ଘଟିଯାଇଛି ଏକ ବିରାଟ ଅଘଟଣ । ଭୋଟ ଦେବାକୁ ଆସି ପ୍ରାଣ ହରାଇଛନ୍ତି ଜଣେ ବୃଦ୍ଧ ଭୋଟର । ନୀଳଗିରି ଇଶ୍ୱରପୁର ପଞ୍ଚାୟତର ୧୫୯ ନମ୍ବର ବୁଥରେ ଜଣେ ବୃଦ୍ଧ ଭୋଟରଙ୍କ ମୃତ୍ୟୁ ହୋଇଛି । ଭୋଟ ଦେବାକୁ ଆସିଥିବା ବେଳେ ବୁଥ୍ ଭିତରେ ହିଁ ଟଳି ପଡ଼ିଥିଲେ ବୃଦ୍ଧ ଜଣକ । ତେବେ ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିବା ବେଳେ ଇଶ୍ୱରପୁର ମେଡିକାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

Get real time updates directly on you device, subscribe now.