fbpx

୪୮ ଘଣ୍ଟା ପାଇଁ ସିଲ୍ ହେଲା VSS ନଗର ହାଟ

ଭୁବନେଶ୍ୱର,୨୮ ।୪(ଓଡିଶା ଭାସ୍କର): ସାରା ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀର ଦ୍ୱିତୀୟ ଲହର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା କଟକଣା ଲାଗୁ ହୋଇଥିଲେ ବି ଲୋକମାନେ ଏହାକୁ ଫୁ’ କରି ଉଡାଇ ଦେଉଛନ୍ତି । କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ସ୍ଥାନରେ ଆଜି କଡା ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ମାର୍କେଟ ବିଲ୍ଡିଂ ପରେ ଭିଏସଏସ ନଗର ହାଟକୁ ୪୮ ଘଣ୍ଟା ପାଇଁ ସିଲ୍ କରିଛି ପ୍ରଶାସନ । ଲୋକମାନେ କୋଭିଡ କଟକଣା ମାନିନଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ଏହା ପୂର୍ବରୁ ଭୁବନେଶ୍ୱରର ୨ ନମ୍ବର ମାର୍କେଟ ବିଲଡିଂକୁ ୪୮ ଘଣ୍ଟା ପାଇଁ ସିଲ୍ କରିଦିଆଯାଇଛି । ବିଏମସି ଏବଂ ଡିସିପି ଜୋନାଲ୍ କମିଶନରଙ୍କ ଉପସ୍ଥିତିରେ ମାର୍କେଟକୁ ସିଲ୍ କରାଯାଇଛି । ମାର୍କେଟ ବିଲଡିଂ ବ୍ୟତୀତ ସହରର ବିଭିନ୍ନ ମାର୍କେଟକୁ ବୁଲି ଦେଖୁଛନ୍ତି ବିଏମସି ଅଧିକାରୀ । ଅନ୍ୟପଟେ ବାପୁଜୀ ନଗର ଫାଷ୍ଟଫୁଡ଼ ଗଳିକୁ ମଧ୍ୟ ସିଲ କରିଛି BMC ।

Get real time updates directly on you device, subscribe now.