fbpx

ଚିନ୍ମୟୀ ଡେଥ୍ ମିଷ୍ଟ୍ରି: VSSUT ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗ ବିଧାନସଭାରେ ଉଠିବ, ବିରୋଧୀ ଦଳ ନେତାଙ୍କ ବୟାନ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୨ ଦିନି ବିତିଯାଇଥିବା ବେଳେ ଘଟଣାଟି ଏବେ ବି ରହସ୍ୟ ଘେରରେ ରହିଛି । ପ୍ରଥମେ ଚିନ୍ମୟୀଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲେ ହେଁ ପରେ ପରିବାର ସଦସ୍ୟ ଆଣିଥିଲେ ବଡ଼ ଅଭିଯୋଗ । ଚିନ୍ମୟୀଙ୍କ ବେକରେ ଦାଗ ରହିଥିବା ବେଳେ ବେକରୁ ଚେନ୍ ଗାଏବ୍ ହୋଇଯାଇଥିଲା । ତେଣୁ ହତ୍ୟା ପଛରେ କିଛି ଯୁବକଙ୍କ ହାତ ଥିବା ପରିବାର ବର୍ଗ ଅଭିଯୋଗ କରିଥିଲେ ।

ତେବେ ଏହା ମଧ୍ୟରେ ଚିନ୍ମୟୀଙ୍କ ଶବ ବ୍ୟବେଚ୍ଛଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଚିନ୍ମୟୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କ ସହିତ ଅନ୍ୟ ଜଣଙ୍କୁ ପୋଲିସ ଅଟକ ରଖିଛି । ଏହି ଘଟଣାର ତଦନ୍ତ ପାଇଁ ଏସପିଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମରେ ଫରେନସିକ୍ ଏକ୍ସପର୍ଟଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ରାଜ୍ୟ ବିଧାନସଭାରେ ଭିସୁଟର ମୃତ ଛାତ୍ରୀଙ୍କ ପ୍ରସଙ୍ଗ ଉଠିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ରାଜ୍ୟରେ ପୋଲିସ ସବୁକଥାକୁ ଚାପି ଦେଉଛି । ପୋଲିସ ସବୁ ସମୟରେ ଲୋକଙ୍କ ସନ୍ଦେହ ହେଲା ଭଳି କାର୍ଯ୍ୟ କରୁଛି । ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନକଲେ ଏହି ମାମଲା ବିଧାନସଭାରେ ଉଠିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Get real time updates directly on you device, subscribe now.