ଏହି ୭ଟି ସ୍ଥାନକୁ ଯାଇପାରିବେନି ଭିସୁଟ ଛାତ୍ର, ଲାଗିଲା ଅଙ୍କୁଶ

ସମ୍ବଲପୁର: ଭିସୁଟ ଛାତ୍ରଙ୍କ ଉପରେ ଲାଗିଲା ଅଙ୍କୁଶ । ୭ଟି ଜାଗାକୁ ଯିବା ଉପରେ ଲାଗିଗଲା କଟକଣା । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି କଟକଣା ଲଗାଇଯାଇଛି । ଛାତ୍ରମାନେ ପାୱାର କେନାଲ, ମହାନଦୀ, ସାଇଫିନ୍ ଯାଇପାରିବେନି ।

ଏହା ସହ ୧ ହଜାର , ରାଇଟ୍ ଡାଇକ, ଝାଙ୍କରାଣୀ ମନ୍ଦିର ଓ ଫିସରି ପଏଣ୍ଟକୁ ଯିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଯେକୌଣସି ସମୟରେ ବି ସେଠାକୁ ନଯିବାକୁ ନୋଟିସ ଜାରି କରାଯାଇଛି ।

ତେବେ ନିକଟରେ କେନାଲରେ ବୁଡି ଭିସୁଟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ବୁର୍ଲା ଅଟର ହଜାର କେନାଲରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । କିଛି ବନ୍ଧୁଙ୍କ ସହ ଗାଧୋଇ ଯାଇଥିବା ବେଳେ ବୁଡିଗଲେ । ମୃତ ଛାତ୍ରଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ସୂଚନା ମିଳିଛି ।