fbpx

ରାଏବରେଲି ଆସନରୁ ସାଂସଦ ରହିବାକୁ ଇଚ୍ଛା, ଜାଣନ୍ତୁ ରାହୁଲ ଗାନ୍ଧୀ କାହିଁକି ନେଲେ ଏଭଳି ନିଷ୍ପତ୍ତି ?

Advertisement

ନୂଆଦିଲ୍ଲୀ: ୱାୟନାଡ ନା ରାଏବରେଲି ? ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରହେଳିକା ଉପରୁ ପରଦା ଉଠାଇଛନ୍ତି । ଲୋକସଭା ନିର୍ବାଚନରେ ଦୁଇଟି ଅସନରୁ ବିଜୟୀ ହୋଇଥିବା ରାହୁଲ କେରଳର ୱାୟନାଡ ଆସନ ଛାଡ଼ି ରାଏବରେଲି ଆସନରୁ ସାଂସଦ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ୱାୟନାଡ ଆସନରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଉପନିର୍ବାଚନ ଲଢ଼ିବେ । ଏନେଇ ସୋମବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ।

ଚଳିତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ କେରଳର ୱାୟନାଡ ଏବଂ ଉତ୍ତର ପ୍ରଦେଶର ରାଏବରେଲି ଆସନରୁ ବିଜୟୀ ହୋଇଥିଲେ । ନିୟମ ଅନୁଯାୟୀ ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୪ ଦିନ ମଧ୍ୟରେ ଗୋଟିଏ ଆସନକୁ ଛାଡ଼ିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ରାହୁଲ କାହିଁକି ଛାଡ଼ିଲେ ୱାୟନାଡ ଆସନ ?

– ଏକ ରିପୋର୍ଟରୁ ପ୍ରକାଶ ଏହା ପଛର ସବୁଠାରୁ ବଡ଼ କାରଣ ହେଉଛି ଦଳ ଉତ୍ତର ପ୍ରଦେଶରେ ନିଜ ଲଢ଼େଇ ଜାରି ରଖିବାକୁ ଚାହୁଁଛି । ରାହୁଲ ୱାୟନାଡବାସୀଙ୍କୁ ଏକ ସନ୍ଦେଶ ମଧ୍ୟମରେ କହିଛନ୍ତି, ‘ମୋର ୱାୟନାଡ ଏବଂ ରାଏବରେଲି ସହ ଭାବନାତ୍ମକ ସମ୍ପର୍କ ରହିଛି । ଗତ ୫ ବର୍ଷରୁ ମୁଁ ୱାୟନାଡ ସାଂସଦ ଥିଲି । ଆପଣଙ୍କ ପାଖରେ ବର୍ତ୍ତମାନ ଦୁଇଟି ସାଂସଦ ରହିବେ । ମୁଁ ନିୟମିତ ଏଠାକୁ ଆସୁଥିବି । ୱାୟନାଡବାସୀ ମୋର ସମର୍ଥନ କରିଛନ୍ତି । ସଂକଟ ସମୟରେ ଲଢ଼ିବା ପାଇଁ ଶକ୍ତି ଦେଇଛନ୍ତି । ୱାୟନାଡବାସୀଙ୍କ ପାଇଁ ମୋ ଦ୍ୱାରା ସବୁବେଳେ ଖୋଲା ରହିବ, ୱାୟନାଡର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭଲପାଏ ।’

– ଏହାର ଅନ୍ୟ ଏକ କାରଣ ହୋଇପାରେ କି ୨୦୧୯ ନିର୍ବାଚନରେ ଗାନ୍ଧୀ ପରିବାରର ଗଡ଼ କୁହାଯାଉଥିବା ଆମେଥି ଆସନରୁ ବିଜେପିର ସ୍ମୃତି ଇରାନୀ କଂଗ୍ରେସ ନେତା ରହୁଲଙ୍କୁ ପରାସ୍ତ କରିଥିଲେ । ୨୦୧୯ ନିର୍ବାଚନରେ କଂଗ୍ରେସ ୟୁପିରେ ରାଏବରେଲି ବ୍ୟତୀତ ଅନ୍ୟ ସମସ୍ତ ଆସନରୁ ହାରିଥିଲା । ରାଜ୍ୟରେ ଦଳର ଭୋଟ୍ ଶେୟାର ୬.୩୬% ରହିଥିଲା । ବର୍ତ୍ତମାନ ରାହୁଲ ରାଏବରେଲି ଆସନରୁ ସାଂସଦ ରହିବା ପଛରେ କଂଗ୍ରେସର ରଣନୀତିକୁ ସୂଚାଉଛି । ଉତ୍ତର ପ୍ରଦେଶରେ ଦଳିତ, ମୁସଲିମ ଏବଂ ବ୍ରାହ୍ମଣ ଭୋଟରଙ୍କ ଠାରୁ ଲାଭ ଉଠାଇପାରେ ବୋଲି ଦଳ ଆଶାୟୀ ଅଛି ।

– ଚଳିତ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ଉତ୍ସାହିତ ଥିବା କଂଗ୍ରେସ ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିଛି । ରହୁଲ ରାଏବରେଲିର ସଂସଦୀୟ ଆସନକୁ ବଜାୟ ରଖିବା ଏବଂ ୱାୟନାଡ ଆସନକୁ ଛାଡ଼ିବା ଏକ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସୂଚାଉଛି ।
– କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିବା ପାଇଁ ଉତ୍ତର ପ୍ରଦେଶରେ ନିଜ କ୍ଷମତାକୁ ପୁନର୍ଜୀବିତ କରିବାକୁ ଚାହୁଁଛି ।

Get real time updates directly on you device, subscribe now.