fbpx

କ’ଣ ଥାଇରଏଡକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଉଚିତ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବୟସ ବର୍ଗର ବ୍ୟକ୍ତି ଥାଇରଏଡର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଏହି ରୋଗ 50 ବର୍ଷ ବୟସ ପରେ ହେଉ ଥିବାବେଳେ ବର୍ତ୍ତମାନ 30ରୁ 35 ବର୍ଷ ବୟସରେ ଲୋକଙ୍କୁ ଗ୍ରାସ କରୁଛି। ପୁରୁଷଙ୍କ ତୁଳନାରେ ମହିଳାମାନେ ଥାଇରଏଡର ଶିକାର ହେବାର ଆଶଙ୍କା 10 ଗୁଣ ଅଧିକ। ବିଶେଷକରି ଗର୍ଭାବସ୍ଥା ଏବଂ ମେନୋପୋଜ ସମୟରେ ଏହି ବିପଦ ବଢିଥାଏ।

ଥାଇରଏଡ ଗ୍ରନ୍ଥିର ମୁଖ୍ୟ କାର୍ଯ୍ୟ ହେଉଛି ମେଟାବୋଲିଜିମ୍ ନିୟନ୍ତ୍ରଣ କରିବା। କେବଳ ଏହା ମାଧ୍ୟମରେ ଶରୀର ଶକ୍ତି ପାଇଥାଏ। ଥାଇରଏଡ୍ ବଢିଗଲେ ଓଜନ ବୃଦ୍ଧିପାଏ ଏବଂ ହରମୋନ୍ ଅସନ୍ତୁଳିତ ହୋଇଯାଏ। ତେଣୁ ଥାଇରଏଡକୁ ନିୟନ୍ତ୍ରଣ କରିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଥାଇରଏଡ ନିୟନ୍ତ୍ରଣରେ ରହିବ, ଜାଣନ୍ତୁ…

ନଡ଼ିଆ
ଜଳଖିଆରେ ଚିପ୍ସ ଏବଂ ବିସ୍କୁଟ ପରି ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ପରିବର୍ତ୍ତେ ସୁସ୍ଥ ଓ ପ୍ରାକୃତିକ ଖାଦ୍ୟ ଆପଣାନ୍ତୁ। ଏଥିରେ ପଇଡ ପାଣି ସର୍ବୋତ୍ତମ।କାରଣ ଏହା ମେଟାବୋଲିଜିମରେ ଉନ୍ନତି ଆଣି ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ।

ଅଅଁଳା
ଅଅଁଳା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏଥିରେ ଭିଟାମିନ୍ ସି ଭରପୂର ପରିମାଣରେ ଥାଏ। ଅଅଁଳାରୁ ମିଳୁଥିବା ଉପାଦାନ ଥାଇରଏଡକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହାକୁ ଦୈନନ୍ଦିନ ଖାଦ୍ୟରେ ଯୋଗ କରିବା ଫଳରେ ଥାଇରଏଡରେ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ।

ସଜନା
ସଜନାରେ ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଥାଏ, ଯାହା ଥାଇରଏଡ୍ ହରମନକୁ ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ।

କଖାରୁ ମଞ୍ଜି
କଖାରୁ ମଞ୍ଜିରେ ଅଧିକ ପରିମାଣରେ ଜିଙ୍କ ରହିଥାଏ। ଜିଙ୍କ ଶରୀରରେ ଥାଇରଏଡ୍ ହରମନର ସନ୍ତୁଳନ ବଜାୟ ରଖେ।

Get real time updates directly on you device, subscribe now.