fbpx

ଗ୍ରାଜୁଏଟ୍ସ ଏବଂ ଡିପ୍ଲୋମା ପରେ DRDOରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଏପରି କରନ୍ତୁ ଆବେଦନ

DRDOରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଆପଣ ମଧ୍ୟ ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ଚାକିରି କରିପାରିବେ। ଡିଆରଡିଓ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ଅପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଠାରେ ଆବେଦନ କରିବାର ଶେଷ ତାରିଖ ୭ ଅକ୍ଟୋବର ୨୦୨୪ ରହିଛି । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଚେକ୍‌ କରିପାରିବେ ।

ପଦବୀ ବିବରଣୀ : ୫୪

ଗ୍ରାଜୁଏଟ ଅପାରଣ୍ଟିସ : ୩୦

ଡିପ୍ଲୋମା ଅପାରଣ୍ଟିସ : ୨୪

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୭ ଅକ୍ଟୋବର ୨୦୨୪ ଭିତରେ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ସମ୍ବନ୍ଧୀୟ ବିଷୟରେ ବିଇ/ବିଟେକ/ବିବିଏ/ବିକମ୍‌ କରିଥିବା ଜରୁରୀ ।

ଦରମା : ଚୟନିତ ଗ୍ରାଜୁଏଟ ଅପାରଣ୍ଟିସ ପ୍ରାର୍ଥୀଙ୍କୁ ମାସକୁ ୯ ହଜାର ଟଙ୍କା ଦରମା ମିଳିବ । ସେହିପରି ଡିପ୍ଲୋମା ପ୍ରାର୍ଥୀଙ୍କୁ ମାସକୁ ୮ ହଜାର ଟଙ୍କା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ପର୍ସନାଲ ଇଣ୍ଟରଭ୍ୟୁ ଆଧାରରେ କରାଯିବ ।

କେମିତି କରିବେ ଆବେଦନ : ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟ nats.education.gov.inକୁ ଯାଇ ରେଜିଷ୍ଟ୍ରେସନ କରିବାକୁ ହେବ । ଏହାପରେ ଜରୁରୀ ଡକ୍ୟୁମେଣ୍ଟ ସହିତ ଫର୍ମର ଆଇଟିଆର ଚାନ୍ଦିପୁର ସ୍ପିଡ ପୋଷ୍ଟ/ରେଜିଷ୍ଟର ପୋଷ୍ଟ ଜରିଆରେ ପଠାଇପାରିବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Get real time updates directly on you device, subscribe now.