fbpx

ନିଜର ଦୃଷ୍ଟି ଶକ୍ତି ବୃଦ୍ଧି କରିବାକୁ ଚାହାଁନ୍ତିକି ? ତେବେ ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ ଏସବୁ ଫଳ

ବର୍ତ୍ତମାନର ଖରାପ ଜୀବନଶୈଳୀ ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସାମ୍ନାକୁ ଆସୁଛି । ଏବେ ସାଧାରଣତଃ ଖୁବ୍ କମ ବୟସରେ ହିଁ ପିଲାମାନଙ୍କ ଆଖି ଖରାପ ହେଇଯାଉଛି । ତେବେ ଆସନ୍ତୁ ଜାଣିବା ଦୃଷ୍ଟି ଶକ୍ତି ବଢାଇବା ପାଇଁ କଣ ଖାଇବା ଆବଶ୍ୟକ । ଗାଜରରେ ବିଟା କାରୋଟିନ୍‌ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ । ଯାହା ଶରୀରରେ ଭିଟାମିନ୍‌ – ଏ ର ମାତ୍ରାକୁ ପୂର୍ଣ୍ଣ କରିଥାଏ । ଏହି ପୋଷକ ତ୍ୱତ୍ତ ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯାହାଦ୍ୱାରା ଦୃଷ୍ଟି ଶକ୍ତି ଭଲ ହୋଇଥାଏ ଏବଂ ଅନ୍ଧାରକଣା ଜନିତ ରୋଗରୁ ରକ୍ଷା ମିଳିଥାଏ ।

ପାଳଙ୍ଗରେ ଆଣ୍ଟିଅକ୍ସିଡାଣ୍ଟ ଥାଏ , ଯାହା ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ । କିଓ୍ଵି ରେ ଭିଟାମିନ୍‌ – ସି ଭରପୁର ମାତ୍ରାରେ ରହିଥାଏ । ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

ଅମୃତଭଣ୍ଡାରେ ବିଟା କାରୋଟିନ୍‌, ଭିଟାମିନ୍‌ – ସି ଏବଂ ଭିଟାମିନ୍‌ – ଇ ଭରପୁର ମାତ୍ରାରେ ରହିଥାଏ । ଯାହା ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ସେହିପରି କମଳାରେ ଭିଟାମିନ୍‌ – ସି ରହିଥାଏ । ଯାହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ସେହିପରି ଆଖିକୁ ସୁସ୍ଥ ରଖିବା ପାଇଁ ଆପଣ ନିଜ ଡାଏଟରେ ସୁଇଟ୍‌ ପଟାଟୋକୁ ସାମିଲ କରିବା ଉଚିତ୍‌ । ଏଥିରେ ଥିବା ବିଟା କାରୋଟିନ୍‌ ଅନ୍ଧାରକଣା ଜନିତ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.