ଗରମରୁ ମୁକ୍ତି ପାଇବା ପାଇଁ ପ୍ରାୟ ସମସ୍ତେ ଘରେ ଏସି କିମ୍ବା କୁଲର ଲଗାଉଛନ୍ତି । ଏହା ସ୍ବାସ୍ଥ୍ୟ ପାଇଁ ଖରାପ ହୋଇଥାଏ, ତାସହ ବିଦ୍ୟୁତ୍ ବିଲ୍ ମଧ୍ୟ ଅଧିକ ଆସିଥାଏ । କିନ୍ତୁ ଘରକୁ AC କିମ୍ବା କୁଲର ବିନା ଆପଣ ଥଣ୍ଡା ରଖିପାରିବେ । ଆସନ୍ତୁ ଜାଣିବା ଗ୍ରୀଷ୍ମ ଋତୁରେ ଘରକୁ ପ୍ରାକୃତିକ ଭାବେ ଥଣ୍ଡା ରଖିବାର କିଛି ଟିପ୍ସ…
ଗ୍ରୀଷ୍ମ ଋତୁରେ ଝରକା ପାଖରେ କୌଣସି ଭାରୀ ଜିନିଷ ରଖନ୍ତୁନି । ଏହାବ୍ୟତୀତ ଅପରାହ୍ନ ସମୟରେ ଝରକା ବନ୍ଦ ରଖନ୍ତୁ । ଏହା ଘରକୁ ଗରମ ପବନ ଟାଣି ଆଣିଥାଏ । ସକାଳ ୫ ରୁ ୮ ଏବଂ ସନ୍ଧ୍ୟା ୭ ରୁ ୧୦ ମଧ୍ୟରେ ଝରକା ଖୋଲା ରଖନ୍ତୁ । ଏପରି କରିବା ଦ୍ୱାରା ଘରର ତାପମାତ୍ରା ହ୍ରାସ ପାଏ । ଆଉ ଗରମରୁ ରକ୍ଷା ପାଇବାରେ ସାହାଯ୍ୟ କରେ। ଝରକାରେ ମୋଟା ପରଦା ଲଗାଇବା ଦ୍ୱାରା ମଧ୍ୟ ଘରକୁ ପ୍ରବେଶ କରିପାରେନି ଗରମ ।
ବାଲକୋନିରେ ଗଛ ଲଗାନ୍ତୁ ଏବଂ ସନ୍ଧ୍ୟାରେ ପାଣି ଦିଅନ୍ତୁ । ମନି ପ୍ଲାଣ୍ଟ, ସ୍ନେକ୍ ପ୍ଲାଣ୍ଟ, ଫର୍ଣ୍ଣ ପ୍ଲାଣ୍ଟ ଏବଂ ଏରିକା ପାମ୍ ଭଳି ଗଛ ପ୍ରାକୃତିକ କୁଲର୍ ଭାବରେ କାମ କରେ । ଏଗୁଡ଼ିକ ଘରକୁ ଥଣ୍ଡା ରଖେ ଏବଂ ବାୟୁରେ ଆର୍ଦ୍ରତା ବଜାୟ ରଖେ। ଯଦି ଘରେ ଅତ୍ୟଧିକ ଗରମ ହୁଏ, ତେବେ ରୋଷେଇ ଘରର ଏଗଜେଷ୍ଟକୁ ଚାଲୁ ରଖନ୍ତୁ। ଏଥିରୁ ଗରମ ପବନ ବାହାରକୁ ଚାଲିଯାଏ। ଘରକୁ ଚୂନ ଏବଂ ଫେଭିକଲ ମିଶାଇ ଧଳା କରିବା ଦ୍ବାରା ମଧ୍ୟ ଗରମରୁ ମୁକ୍ତି ମିଳିପାରିବ । ଏଥିରେ ରୁମ ତାପମାତ୍ରାରେ ୬ ଡିଗ୍ରୀର ପାର୍ଥକ୍ୟ ଦେଖାଯାଏ।
ଗ୍ରୀଷ୍ମ ଋତୁରେ କୋଠରୀକୁ ସଫାସୁତୁରା ରଖିବା ଉଚିତ। ଯଦି ଘରେ ଫର୍ଣ୍ଣିଚର, ପୁସ୍ତକ ଏବଂ ପୋଷାକ ଭଳି ଅନାବଶ୍ୟକ ଜିନିଷ ଏଠି ସେଠି ବିଛାଡ଼ି ହୋଇ ପଡ଼ିଛି, ତେବେ ସେଗୁଡ଼ିକୁ ବାହାର କରିଦିଅନ୍ତୁ । ଗରମରୁ ମିଳିବ ଆଶ୍ବସ୍ତି ।
ରାତିରେ କୋଠରୀରେ ଏକ ପାତ୍ରରେ ବରଫ ରଖନ୍ତୁ। କିଛି ସମୟ ମଧ୍ୟରେ ତାପମାତ୍ରା ହ୍ରାସ ପାଇବା ଆରମ୍ଭ କରିବ। ଏହା ପରେ, ଏକ ଟେବୁଲ ଫ୍ୟାନ୍ ଲଗାନ୍ତୁ ଏବଂ ତା’ ସମ୍ମୁଖରେ ବରଫ ଭର୍ତ୍ତି ଏକ ପାତ୍ର ରଖନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଚଲାନ୍ତୁ। କୋଠରୀଟି କିଛି ସମୟ ମଧ୍ୟରେ ଥଣ୍ଡା ହୋଇଯିବ।