fbpx

ବିଲେଇକୁ କେନ୍ଦ୍ର କରି ବ୍ରିଟେନ୍ ଓ ରୁଷ୍ ମଧ୍ୟରେ ଯୁଦ୍ଧ!!!

Advertisement

ସାଧାରଣ ବିଲେଇକୁ କେନ୍ଦ୍ର କରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ବିଶ୍ୱାସଯୋଗ୍ୟ ନହେଲେ ବି ସତ । ବିଲେଇକୁ ନେଇ ବ୍ରିଟେନ୍ ଓ ରୁଷ୍ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବିଲେଇକୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ରାଜନୀତି ସରଗରମ୍ ହୋଇ ଉଠିଥିଲା ।

ପ୍ରକୃତ କଥା ହେଉଛି, ଲଣ୍ଡନରେ ଦୁଇଦିନିଆ କ୍ୟାଟ୍ ଶୋ’ର ଆୟୋଜନ କରାଯାଇଥିଲା । ଶ୍ରେଷ୍ଠ ବିଲେଇର ଆଖ୍ୟା ପାଇବା ପାଇଁ ବିଭିନ୍ନ ଦେଶ ଏହି ଶୋ’ରେ ଭାଗ ନେଇଥିଲେ । ନିଜ ଦେଶର ବିଲେଇକୁ ବିଜୟୀ କରିବା ପାଇଁ ପ୍ରଶଂସକମାନେ ସୋସିଆଲ ସାଇଟରେ ଭିନ୍ନ ଭିନ୍ନ କୌଶଳ ଆପଣାଇବାକୁ ପଛାଇ ନଥିଲେ । ବ୍ରିଟେନ ଓ ରୁଷର ଦୁଇ କ୍ୟାଟ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଥିଲେ । ଉଭୟ ଦେଶର ଲୋକଙ୍କ ଦୃଷ୍ଟି ବିଚାରପତିଙ୍କ ନିଷ୍ପତ୍ତି ଉପରେ କେନ୍ଦ୍ରିତ ହୋଇଥିଲା । ଆପଣ ଜାଣିଛନ୍ତି କି, ସମଗ୍ର ବିଶ୍ୱରେ ୩୭ ପ୍ରକାରର ବିଲେଇ ଦେଖାଯାଆନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଜାତି ଜଙ୍ଗଲରେ ବାସ କରନ୍ତି । ସିଂହ, ବାଘ ଓ ଚିତା ଆଦି ପଶୁମାନେ ବିଲେଇମାନଙ୍କର ଗୋଟିଏ ଗୋଟିଏ ବଡ଼ ପ୍ରଜାତି ଅଟନ୍ତି ।

Get real time updates directly on you device, subscribe now.