fbpx

ପାୱେଲଙ୍କ ବିସ୍ଫୋରକ ଇନିଂସ: ନିଜ ପୁରୁଣା ଦଳ ବିରୋଧରେ ଧୂଆାଁଧାର ପାଳି ଖେଳି ଭାରି ପଡିଲେ ୱାର୍ଣ୍ଣର

ମୁମ୍ବାଇ: IPL ର ୫୦ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ହାଇଦ୍ରାବାଦ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ । ତେବେ ୱାର୍ଣ୍ଣର ନିଜ ପୁରୁଣା ଦଳ ବିପକ୍ଷରେ ଖେଳିଛନ୍ତି ଏକ ବିସ୍ଫୋରକ ଇନିଂସରେ । ଦଳ ତାଙ୍କୁ ରିଲିଜ କରିବାର ପ୍ରତିଶୋଧ ନେଇଛନ୍ତି ହାଇଦ୍ରାବାଦର ପୂର୍ବତନ ଅଧିନାୟକ ଡାଭିଡ ୱାର୍ଣ୍ଣର । ୫୮ ବଲରେ ୩ଟି ଛକା ଏବଂ ୧୨ଟି ଚୌକା ସହ ୯୨ ରନର ଏକ ଦମଦାର ପାଳି ଖେଳି ହାଇଦ୍ରାବାଦକୁ ଚେତାବନୀ ଦେଇଛନ୍ତି । ତେବେ ଶେଷରେ ରୋଭମନ ପାୱେଲ ମଧ୍ୟ ଏଖ ଧୂଆଁଧାର ପାଳି ଖେଳିଛନ୍ତି ।

IPL 2022, DC vs SRH Live Score Updates: David Warner, Rovman Powell Blitz Take Delhi Capitals To 207/3 vs SRH | Cricket News

ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଯାହାକୁ ଭୁଲ ବୋଲି ସାବ୍ୟସ୍ତ କରିଛନ୍ତି ୱାର୍ଣ୍ଣର ଏବଂ ରେଭମନ ପାୱେଲ । ପ୍ରଥମ ଓଭରରେ ମନଦୀପ ସିଂହ ଏବଂ ପରେ ମିଚେଲ ମାର୍ଶଙ୍କ ୱିକେଟ ମିଳିବା ପରେ ଦିଲ୍ଲୀ ଉପରେ ହାଇଦ୍ରାବାଦ ଭାରୀ ପଡିବ ବୋଲି ଆଶା କରାଯାଉଥିଲା । ଋଷଭ ପନ୍ତ ମଧ୍ୟ ୧୬ ବଲରେ ୨୬ ରନ କରି ନବମ ଓଭରରେ ପାଭିଲିୟନ ଫେରିଥିଲେ । କିନ୍ତୁ ଏଇଠୁ ୱାର୍ଣ୍ଣରଙ୍କର ମନେ ପଡିଯାଇଥିଲା ପୂର୍ବ ବର୍ଷର ଘଟଣା । ନିଜ ପୁରୁଣା ଦଳ ହାଇଦ୍ରାବାଦ ନିକଟରୁ ପ୍ରତିଶୋଧ ନେବାକୁ ଆଗେଇ ଆସିଥିଲେ ୱାର୍ଣ୍ଣାର । ରୋଭମନ ପାୱେଲଙ୍କ ସହ ମିଶି ଦ୍ରୁତ ଗତିରେ ଦଳର ସ୍କୋରବୋର୍ଡକୁ ଆଗେଇ ନେଇଥିଲେ । ୱାର୍ଣ୍ଣର ୫୮ ବଲରୁ ୯୨ ରନ କରିଥିବା ବେଳେ ପାୱେଲ ୩୫ ବଲରୁ ବିସ୍ଫୋରକ ୬୭ ରନର ପାଳି ଖେଳିଛନ୍ତି । ତେବେ ପାୱେଲଙ୍କ ଏହି ପାଳିରେ ୩ଟି ଚୌକା ସହ ସାମିଲ ରହିଛି ୬ଟି ବିଶାଳକାୟ ଛକା । ଫଳରେ ୨୦୬ ରନ କରି ହାଇଦ୍ରାବାଦକୁ ୨୦୭ ରନର ଟାର୍ଗେଟ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।

ହାଇଦ୍ରାବାଦ ପକ୍ଷରୁ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ମୁଖ୍ୟ ବୋଲର ଉମରାନ ମଲିକ । ୪ ଓଭରରେ ୫୨ ରନ ଦେଇ ୱିକେଟ ଶୂନ୍ୟ ରହିଛନ୍ତି ଉମରାନ । ସେହିପରି ସବୁଠୁ ସଫଳ ବୋଲର ପାଲଟିଛନ୍ତି ଭୁବନେଶ୍ୱର କୁମାର । ଗୋଟିଏ ଓଭର ମେଡେନ ନେଇଥିବା ବେଳେ ୨୫ ରନ ଦେଇ ଗୋଟିଏ ୱିକେଟ ହାସଲ କରିଛନ୍ତି । ଶ୍ରେୟସ ଗୋପାଲ ଏବଂ କାଏଲ ଆବୋଟ ମଧ୍ୟ ଗୋଟିଏ ଲେଖାଏଁ ସଫଳତା ନିଜ ନାମରେ କରିଛନ୍ତି ।

Get real time updates directly on you device, subscribe now.