fbpx

ଅସହ୍ୟ ଖରା! ଅଂଶୁଘାତ ପାଇଁ ସତର୍କ ସୂଚନା

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ଅଂଶୁଘାତ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡେପୁଟି ଏସଆରସି । କେଉଁ ଗାଁ, ପଡାରେ ଜଳାଭାବ ରହିଛି, ସେନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ପିଲାଙ୍କୁ ପାଣି ବୋତଲ ସାଥୀରେ ନେବାକୁ ଅଭିଭାବକଙ୍କୁ କୁହାଯାଇଛି । ସକାଳୁଆ ସ୍କୁଲ, ଶ୍ରମିକଙ୍କ କାମ ନିର୍ଘଣ୍ଟ ସଠିକ୍ ସମୟରେ ହେବ ।

ତେବେ ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବଢ଼ିବାରେ ଲାଗିଛି । ୯ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ୩୬.୮, କଟକରେ ୩୬.୬, ନୟାଗଡରେ ୩୬.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିରରେ ୩୬.୪, ଅନୁଗୁଳରେ ୩୫.୭, ତାଳଚେର ଓ ଭବାନୀପାଟଣାରେ ୩୫.୫, ସମ୍ବଲପୁରରେ ୩୫.୩ ଡିଗ୍ରୀ ତାପମାତ୍ରା ରହିଛି ।

Get real time updates directly on you device, subscribe now.