ରାତିସାରା ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା: କାଲି ସକାଳ ପର୍ଯ୍ୟନ୍ତ ୨୫ ଜିଲ୍ଲାକୁ ସତର୍କ ସୂଚନା
ପ୍ରଚଣ୍ଡ ବଜ୍ରପାତ ସହ କୁଆପଥର ବର୍ଷା, ଏହି ଜିଲ୍ଲାବାସୀ ରୁହନ୍ତୁ ସତର୍କ
ଭୁବନେଶ୍ୱର : ପ୍ରଚଣ୍ଡ ବଜ୍ରପାତ ନେଇ ୨୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର ।ଆଗାମୀ ୨୪ ଘଣ୍ଟା ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ । ଏସବୁ ଜିଲ୍ଲାରେ ବର୍ଷା ସହ ଘଡଘଡି ଏବଂ କୁଆପଥର ମାଡ ହେବାର ସମ୍ଭାବନା ରହିଛି ।
ଗଞ୍ଜାମ, ଗଜପତି, ସୋନପୁର, ବୋଦ୍ଧ, ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ବରଗଡ ଜିଲ୍ଲାର କାଁ ଭାଁ ସ୍ଥାନରେ ବର୍ଷା ସହିତ ବିଜୁଳି ଘଡଘଡିର ସମ୍ଭାବନା ରହିଛି ।
ଖୋର୍ଦ୍ଧା, ପୁରୀ, ଝାରସୁଗୁଡା, ସମ୍ୱଲପୁର, ଅନୁଗୋଳ, ଦେଓଗଡ଼, ନୟାଗଡ ଜିଲ୍ଲାରେ ବି ପ୍ରଭାବ ରହିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି ।
ଆଗାମୀ ୫ରୁ ୬ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ବର୍ଷା (୫୪ ମିମି) ରେକର୍ଡ ହୋଇଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇଠାରେ ।