fbpx

‘ତାଙ୍କର ଇଣ୍ଟରଭ୍ୟୁ ଦେଖନ୍ତୁ’ – କୋଚ ଗୌତମଙ୍କୁ ନେଇ ଏଭଳି କହିଲେ ସାହିଦ ଆଫ୍ରିଦି

ଓଡିଶା ଭାସ୍କର: ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି । ସେ ଆଗାମୀ ଶ୍ରୀଲଙ୍କା ସିରିଜରୁ ନିଜର କାର୍ଯ୍ୟ ଆରମ୍ଭ ମଧ୍ୟ କରିବେ । କୋଚ ଗୌତମ ଗମ୍ଭୀରଙ୍କୁ ନେଇ ପାକିସ୍ତାନର ପୂର୍ବତନ ଦୁର୍ଦ୍ଦଶ ବ୍ୟାଟରଙ୍କ ବୟାନ ସାମ୍ନାକୁ ଆସିଛି । ପାକିସ୍ତାନର ଏହି ପୂର୍ବତନ ବ୍ୟାଟର କହିଛନ୍ତି ଯେ ଏହା ଗୌତିଙ୍କ ପାଇଁ ଏକ ବଡ ଅବସର ଅଟେ । ସକରାତ୍ମକ କଥା ସହ ତାଙ୍କର ସିଧା ଦୃଷ୍ଟିକୋଣ ପାଇଁ ଆଫ୍ରିଦି ଗୌତମଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।

ତାଙ୍କର ଏକ ସାକ୍ଷାତକାର ଦେଖି ଆଫ୍ରିଦି କହିଛନ୍ତି ଯେ ଗମ୍ଭୀର ଏହି ଅବସରକୁ କେମିତି ସଠିକ ଉପଯୋଗ କରି ପାରୁଛନ୍ତି ଯାହା ଭାରତୀୟ ଦଳକୁ ଆହୁରି ଉଚ୍ଚକୁ ନେବ । ଆଫ୍ରିଦି ଗୌତମ ଗମ୍ଭୀରଙ୍କ ସକରାତ୍ମକତା ଓ ସ୍ପଷ୍ଟବାଦିତାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ସେପଟେ ଦକ୍ଷିଣ ଆଫ୍ରିକୀୟ ସ୍ପେସ ବୋଲର ଡେଲ ଷ୍ଟେନ ମଧ୍ୟ ଗମ୍ଭୀରଙ୍କ ଏହି ନିଯୁକ୍ତିରେ ଖୁସି ବ୍ୟକ୍ତ କରିଛନ୍ତି । ସେ ଗମ୍ଭୀରଙ୍କ ଆକ୍ରମଣତ୍ମକତାର ଜଣେ ଫ୍ୟାନ୍ସ ବୋଲି ମଧ୍ୟ ଜଣାଇଛନ୍ତି । ବିଶ୍ୱ କ୍ରିକେଟରେ ଏଭଳି ଖେଳାଳିଙ୍କ ଆବଶ୍ୟକତା ବେଶ୍ ଅଧିକ ଯିଏ କଠୋରତା ପାଇଁ ପରିଚିତ ଥିବେ ବୋଲି ମଧ୍ୟ ଷ୍ଟେନ ଜଣାଇଛନ୍ତି ।

Get real time updates directly on you device, subscribe now.