fbpx

(Video)ଇନ୍ଦୋର ଟେଷ୍ଟ ପୂର୍ବରୁ ପତ୍ନୀ ଆଥିଆଙ୍କ ସହ ମହାକାଳଙ୍କ ଆର୍ଶୀବାଦ ନେଉଛନ୍ତି କେଏଲ ରାହୁଲ, କରିବେ କି ଖେଳରେ ଭଲ ପ୍ରଦର୍ଶନ ?

Advertisement

ନୂଆଦିଲ୍ଲୀ:ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯିବ। ଉଭୟ ଦଳ ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାଭିତରେ ଟିମ ଏବେ ଇନ୍ଦୋରରେ ମଧ୍ୟ ପହଞ୍ଚିଛନ୍ତି। ଏହି ସିରିଜରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଭଲ କିନ୍ତୁ ଓପନର୍ କେ.ଏଲ୍ ରାହୁଲ ଏପର୍ଯ୍ୟନ୍ତ କିଛି ବିଶେଷ ପ୍ରଦର୍ଶନ କରିପାରିନାହାଁନ୍ତି। ଏଭଳି ପରିସ୍ଥିତିରେ ମ୍ୟାଚ୍ ପୂର୍ବରୁ ସେ ନିଜ ପତ୍ନୀ ଆଥିଆଙ୍କ ସହ ଉଜୈନର ବାବା ମହାକାଳଙ୍କ ମନ୍ଦିରରେ ପହଞ୍ଚି ଆଶୀର୍ବାଦ ନେଇଛନ୍ତି ।

ଯେତେବେଳେ ବି ଟିମ୍ ଇଣ୍ଡିଆ ଏକ ମ୍ୟାଚ୍ ପାଇଁ ଇନ୍ଦୋରକୁ ଆସନ୍ତି , ଖେଳାଳିମାନେ ନିଶ୍ଚିତ ଭାବରେ ଇନ୍ଦୋରଠାରୁ ୫୦ କିଲୋମିଟର ଦୂରରେ ଥିବା ଉଜୈନକୁ ଯାଆନ୍ତି ।ଏଭଳି ପରିସ୍ଥିତିରେ ଦଳର ଷ୍ଟାର ଖେଳାଳି କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟି ରବିବାର ସକାଳେ ମହାକାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଠାରେ ଦୁହେଁ ଭସମ ଆରତୀରେ ଅଂଶଗ୍ରହଣ କରିଥିଲେ ଯେଉଁଥିପାଇଁ ଦୁହେଁ ପାରମ୍ପାରିକ ପୋଷାକ ମଧ୍ୟ ପିନ୍ଧିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଉଭୟ ଆରତୀରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଛି ।

ସୂଚନାମୁତାବକ ଓପନର୍ କେ.ଏଲ୍ ରାହୁଲ ଆଜିକାଲି ଖରାପ ଫର୍ମ ସହିତ ସଂଘର୍ଷ କରୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଉଭୟ ଟେଷ୍ଟ ମ୍ୟାଚରେ ସେ ଖାସ ପ୍ରଦର୍ଶନ କରିନାହାନ୍ତି। ଏହି କାରଣରୁ ତାଙ୍କୁ ଉପ-ଅଧିନାୟକତା ମଧ୍ୟ ହରାଇବାକୁ ପଡିଲା। ଏଥି ସହିତ ରାହୁଲଙ୍କ ତୃତୀୟ ଟେଷ୍ଟରେ ଖେଳିବା ଉପରେ ସନ୍ଦେହ ରହିଛି। ଯଦି ସେ ଏକ ସୁଯୋଗ ପାଆନ୍ତି, ତେବେ ତାଙ୍କ ପାଇଁ କିଛି ବିଶେଷ କାର୍ଯ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ତେବେ ଚଳିତ ମ୍ୟାଚ ପାଇଁ ଇଣ୍ଡିଆ ଟିମ :
ଦଳରେ ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେ.ଏସ୍ ଭରତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଉମେଶ ଯାଦବ, ଜୟଦେବ ଉନାଦକଟ ସାମିଲ ଅଛନ୍ତି ।

Get real time updates directly on you device, subscribe now.