fbpx

(Video)ଆଃ କି ହୃଦୟସ୍ପର୍ଶୀ ଭିଡ଼ିଓ,କରିଲେ କିଛି ଏପରି କାମ ଯାହା ପାଇଁ ଇଣ୍ଟରନେଟ୍ ତାଙ୍କୁ”ଭାରତୀୟ ପର୍ଯ୍ୟଟନର ରାଷ୍ଟ୍ରଦୂତ”ବୋଲି କହୁଛନ୍ତି

Advertisement

ନୂଆଦିଲ୍ଲୀ:ଆପଣ ସୋସିଆଲ ମିଡିଆରେ ଅନେକ ହୃଦୟସ୍ପର୍ଶୀ ଘଟଣା ଦେଖିଥିବେ। ସେହିଭଳି ଏକ ହୃଦୟସ୍ପର୍ଶୀ ଭିଡ଼ିଓ ଭାଇରଲ ହେବାର ଲାଗିଛି । ଯେଉଁଥିରେ ଜଣେ ଆମେରିକାର ମହିଳା ଯିଏକି ଭାରତର ଟ୍ରେନରେ ନିଜ ୱାଲେଟ ଭୁଲି ଯାଇଥିଲେ, ନିକଟରେ ଜଣେ ବ୍ୟକ୍ତି ହଜିଯାଇଥିବା ଜିନିଷ ପାଇବା ପରେ ତାଙ୍କୁ କିପରି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ତାହା ପ୍ରକାଶ କରିଛନ୍ତି।

ଇନଷ୍ଟାଗ୍ରାମରେ ୟୁଜର୍ @ ଷ୍ଟେଫଣ୍ଡପେଟେ_(@stephandpete_) ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ମହିଳା ଜଣକ କହିଛନ୍ତି ଯେ ଯେତେବେଳେ ସେ ଭାରତରେ ଟ୍ରେନରେ ଚଢିଥିଲେ ସେତେବେଳେ ସେ ୱାଲେଟ ଭୁଲି ଯାଇ ଷ୍ଟେସନରେ ଓହ୍ଲାଇଥିଲେ। ଖୁବ୍ ଶୀଘ୍ର, ସେ ନିଜ ଇନଷ୍ଟାଗ୍ରାମରେ ଚିରାଗ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏକ ବାର୍ତ୍ତା ଗ୍ରହଣ କରିଥିଲେ, ଯିଏ ତାଙ୍କୁ କହିଥିଲେ ଯେ ସେ ତାଙ୍କ ପର୍ସ ପାଇଛନ୍ତି ଏବଂ ଏହାକୁ ଫେରାଇ ଦେବେ।

ତେଣୁ, ଯେତେବେଳେ ମହିଳା ବାର୍ତ୍ତା ଯାଞ୍ଚ କଲେ, ସେ ଗୁଜୁରାଟର ଭୁଜରେ ଥିବା ଚିରାଗଙ୍କ ରେଷ୍ଟୁରାଣ୍ଟକୁ ଗଲେ। ଭିଡିଓରେ ସେ ଚିରାଗଙ୍କୁ ତାଙ୍କର ଏହି କାର୍ଯ୍ୟ ପାଇଁ ଧନ୍ୟବାଦ ଦେଉଥିବାର ଏବଂ ତାଙ୍କୁ ଟଙ୍କା ମଧ୍ୟ ଦେଉଥିବାର ନଜର ଆସିଛନ୍ତି, ତଥାପି ସେ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ଏବଂ ଏହା ବଦଳରେ ତାଙ୍କୁ ଜିନିଷ ସୁରକ୍ଷିତ ରଖିବାକୁ କହିଛନ୍ତି।

ଏହି ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି ମୁଁ ଶିଖିଛି ପ୍ରକୃତ ଦୟା କାର୍ଯ୍ୟ ପାଇଁ ଟିପ୍ସ ଦେବା କେତେ ଭୁଲ।ଆଉ ଏହାକୁ ପ୍ରମାଣିତ କରିବାରେ ଜଣେ ଭାରତୀୟ ମତେ ଶିଖେଇଛନ୍ତି ।

ମହିଳାଙ୍କ ଭିଡିଓ ସେୟାର କରିଥିଲେ ଏବଂ ସେବେଠାରୁ ଏହାଖୁବ ଭାଇରଲ ହେବ ସହିତ ଲାଇକ ମଧ୍ୟ ପାଇଛି । ଜଣେ ଉପଭୋକ୍ତା ଏଠି କହିଛନ୍ତି, “ବୋଧହୁଏ ଏହା ସହିତ ଭାରତ ବିଷୟରେ ଯେଉଁ ଭୁଲ ଧାରଣା ବଦଳିପାରେ! ଏହା ହେଉଛି ଭାରତର ସୌନ୍ଦର୍ଯ୍ୟ ଆଉ ସଂସ୍କୁତି ବୋଲି ଜଣେ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.