fbpx

(Video) ଶ୍ରଦ୍ଧା ହତ୍ୟା ମାମଲା: CCTV ଫୁଟେଜରେ ବ୍ୟାଗ ନେଇ ଯାଉଥିବା ନଜର ଆସିଲା ଅଫତାବ, ସେଥିରେ ଶ୍ରଦ୍ଧାଙ୍କ ଶରୀରର ଅଙ୍ଗ ଥିବା ପୋଲିସ କରୁଛି ସନ୍ଦେହ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ଗତ ମାସ ସକାଳେ ବ୍ୟାଗ ଧରି ତାଙ୍କ ଘର ବାହାରେ ବୁଲୁଥିବାର ନଜର ଆସିଥିଲା । ସିସିଟିଭି ଫୁଟେଜରୁ ଏହାର ଖୁଲାସା ହୋଇଛି । ସନ୍ଦେହ କରାଯାଉଛି ଯେ, ସେ ଶ୍ରଦ୍ଧା ୱାଲକରଙ୍କ ଶରୀରର ଅଙ୍ଗ ନେଇ ଯାଉଥିଲା । ଏହି ଫୁଟେଜ ଯାଞ୍ଚ କରିବାକୁ ପୋଲିସ ଚେଷ୍ଟା କରୁଛି । ଅକ୍ଟୋବର ୧୮ ରେ ରେକର୍ଡ କରାଯାଇଥିବା ଏହି ଭିଡିଓ ହେଉଛି ଏହି ହତ୍ୟାକାଣ୍ଡର ପ୍ରଥମ ଭିଜୁଆଲ୍ ସିସିଟିଭି ଫୁଟେଜ୍ ।

ଏହି ଭିଡିଓ କ୍ଲିପରେ ଜଣେ ବ୍ୟକ୍ତି ହାତରେ ବ୍ୟାଗ ଏବଂ କାର୍ଟନ ପ୍ୟାକେଜ ଧରି ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି । ତାଙ୍କ ଚେହେରା ସ୍ପଷ୍ଟ ହୋଇନାହିଁ, କିନ୍ତୁ ପୋଲିସ ଦାବି କରିଛି ଯେ ସେ ଅଫତାବ । ଏହାରି ମଧ୍ୟରେ ଶ୍ରଦ୍ଧାଙ୍କ ଫୋନ୍ ସମ୍ପର୍କରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ସୂଚନାନୁସାରେ, ଅଫତାବ ଦିଲ୍ଲୀ ପୋଲିସକୁ କହିଛି ଯେ, ସେ ଫେରୁଥିବା ସମୟରେ ମହାରାଷ୍ଟ୍ରର କୌଣସି ସ୍ଥାନରେ ଶ୍ରଦ୍ଧାଙ୍କ ଫୋନ ଫିଙ୍ଗିଥିଲା । ଦିଲ୍ଲୀ ପୋଲିସ ମଧ୍ୟ ସେଲ ଫୋନକୁ ଖୋଜିବାକୁ ଚେଷ୍ଟା କରୁଛି । ଶ୍ରଦ୍ଧାଙ୍କ ଫୋନ୍ ମେ ୨୬ ପର୍ଯ୍ୟନ୍ତ ଚାଲୁଥିଲା । ଶେଷ ଲୋକେସନ୍ ଶ୍ରଦ୍ଧା ଏବଂ ଅଫତାବଙ୍କ ଘର ଥିଲା ବୋଲି ଜଣାପଡିଛି ।

ମେ ମାସରେ ଶ୍ରଦ୍ଧା ଏବଂ ଅଫତାବ ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ । ପୋଲିସର ସୂଚନାନୁସାରେ, ପୁନାୱାଲା ନିଜ ‘ଲିଭ୍-ଇନ୍ ପାର୍ଟନର’ ଶ୍ରଦ୍ଧା ୱାଲକର (୨୭) ଙ୍କୁ ୧୮ ମେ’ ସନ୍ଧ୍ୟାରେ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡରେ କାଟିଦେଇଥିଲା । ପରେ ଦକ୍ଷିଣ ଦିଲ୍ଲୀର ମେହେରାଉଲି ସ୍ଥିତ ତାଙ୍କ ବାସଭବନରେ ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ଘରର ଏକ ୩୦୦ ଲିଟର ଫ୍ରିଜରେ ରଖିଥିଲା ଏବଂ ଏହାକୁ ଅନେକ ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଫୋପାଡିବାରେ ଲାଗିଥିଲା ।

Get real time updates directly on you device, subscribe now.