fbpx

(Video) ଦେଖନ୍ତୁ ଭାରତୀୟ ସେନାର ବୀରତ୍ୱର ଦୃଶ୍ୟ; ସମୁଦ୍ର ମଝିରେ ଚାଲିଲା ଅହରହ ଗୁଳି ବର୍ଷା, ଆଣ୍ଠେଇଲେ ଜଳଦସ୍ୟୁ

ନୂଆଦିଲ୍ଲୀ: ସମୁଦ୍ର ମଝିରେ ଚାଲିଛି ଅହରହ ଗୁଳି ବର୍ଷା । ଶକ୍ତି ପ୍ରଦର୍ଶନ କରୁଛି ଭାରତୀୟ ନୌସେନା। ସାମନ୍ନାକୁ ଯିଏ ଆସୁଛି ତାକୁ ଗୁଳି ମାରି ନିହତ କରୁଛି । ମିଶାଇଲ ମଧ୍ୟ ମାଡ଼ କରୁଛି ଭାରତୀୟ ସେନା । ଜଳଦସ୍ୟୁ ମାନଙ୍କର ଠାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଯାଇ ସମୁଦ୍ର ମଝିରେ ପହଞ୍ଚିଛି । ଏ କୌଣସି ଫିଲ୍ମର କି ଅଭ୍ୟାସର ଦୃଶ୍ୟ ନୁହେଁ । ଏହା ସମ୍ପୂର୍ଣ୍ଣ ସତ ଘଟଣା । ଭାରତୀୟ ସେନାର ବୀରତ୍ୱର ଦୃଶ୍ୟ ଇଏ । ସେ ଜଳ ଭାଗ ହେଉ କି ସ୍ଥଳ ଭାଗ କି ଆକାଶ । ଯେଉଁଠିବି ବିପଦ ଦେଖାଯିବ ସେଠି ରକ୍ଷକ ହୋଇ ପହଞ୍ଚିଯିବ ଭାରତୀ ସେନା । ଏ ହେଉଛି ସେମିତି ଏକ ଦୃଶ୍ୟ । ଯେଉଁଠାରେ ଭାରତୀୟ ସେନା ରକ୍ଷକ ହୋଇ ପହଞ୍ଚିଛନ୍ତି ।

ଜଳଦସ୍ୟୁ ମାନଙ୍କୁ ଭାରତୀୟ ସେନା ଆଣ୍ଠେଇ ଦେଇଛି । ଚାରିପଟେ ଜଗି ରହିଛନ୍ତି ଭାରତୀୟ ଯବାନ ମାନେ । ହାତରେ ରହିଛି ରାଇଫଲ । ଆଉ ଏ ହେଉଛି ରେସ୍କ୍ୟୁ ପୂର୍ବର ଦୃଶ୍ୟ । ମିଶାଇଲ ମାଡ଼ ହୋଇଥିଲା ଗୁଳିବି ଗର୍ଜନ କରିଥିଲା । ଭରତୀୟ ବାୟୁସେନା ମଧ୍ୟ ହୋଇଥିଲା ସାମିଲ । ଆକାଶରୁ ଓହ୍ଲାଇଥିଲେ ଯବାନ ମାନେ । ପୁରା ଜାହାଜକୁ ଘେରି ଯାଇଥିଲେ । ତାପରେ ଯାଇ ସୋମାଲିଆ ଜଳଦସ୍ୟୁ ମାନଙ୍କ ଠାରୁ ଜାହାଜକୁ ଉଦ୍ଧାର କରିଥିଲା ଭାରତୀୟ ନୌସେନା । ଖବର ମୁତାବିକ ପ୍ରାୟ ୪୦ ଘଣ୍ଟା ଧରି ଲଗାତାର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ଆଇଏନଏସ କୋଲକାତା ସମସ୍ତ ୩୫ ଜଣ ଡକାୟତଙ୍କୁ ଘେରି ଆତ୍ମସମର୍ପଣ କରିବାକୁ ସକ୍ଷମ ହୋଇଥିଲା ।

ଭାରତୀୟ ନୌସେନାର ଜଣେ ଅଧିକାରୀ କହିଛନ୍ତି ଯେ ଅପହରଣ ହୋଇଥିବା ଜାହାଜ ଏମଭିରୁଏନରେ ପ୍ରାୟ ୩୫ରୁ ଅଧିକ ଜଳଦସ୍ୟୁ ପ୍ରବେଶ କରିଥିଲେ । ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଡକାୟତ ଜାହାଜ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ନୌସେନା କହିଛି। ଉକ୍ତ ପଣ୍ୟବାହୀ ଜାହାଜକୁ ମୁକୁଳାଇବାକୁ ଭାରତୀୟ ନୌସେନା ଜାହାଜ ଆସୁଥିବା ଦେଖି ପରେ ଜଳଦସ୍ୟୁମାନେ ଗୁଳିଚଳାଇଥିଲେ । କିନ୍ତୁ ନୌସେନା କମାଣ୍ଡୋମାନେ ସଫଳତାର ସହ ଅପରେସନକୁ ସଂପୂର୍ଣ୍ଣ କରିଥିଲେ । ଆଇଏନଏସ କୋଲକାତା ଭାରତୀୟ ଉପକୂଳରୁ ପ୍ରାୟ ୧୪୦୦ ଏନଏମ (୨୬୦୦ କିଲୋମିଟର) ଦୂରରେ ଏହି ଅପରେସନ କରିଥିଲା ।

 

Get real time updates directly on you device, subscribe now.