fbpx

ଦେଖନ୍ତୁ ଚୋରୀର ଲାଇଭ୍ ଡେମୋ…ତାର କାଟି ୨୦ ସେକେଣ୍ଡରେ ବୁଲେଟ୍ ଚୋରୀ; ପୋଲିସ୍ ବି ଦେଖି ଆଶ୍ଚର୍ଯ୍ୟ

Advertisement

ଗ୍ୱାଲିୟର୍: ବୁଲେଟ୍ ଗାଡ଼ି ଚୋରୀର ଏକ ଲାଇଭ୍୍ ଡେମୋ ଦେଖିବାକୁ ମିଳିଛି । ଯାହାକୁ ଦେଖି ଖୋଦ୍ ପୋଲିସ୍ ବି ଆଶ୍ଚର୍ଯ୍ୟ ହୋଇଯାଇଛି । ମାତ୍ର ୨୦ ସେକେଣ୍ଡରେ ବୁଲେଟ୍ ଚୋରୀ କରି ନେଉଯାଉଛନ୍ତି ଦୁର୍ବୃତ୍ତ । ମଧ୍ୟପ୍ରଦେଶରେ ଗ୍ୱାଲିୟର୍ ରୁ ଦୁଇ ଜଣ ଚାଲାକ ଚୋରକୁ ଧରିଛି ପୋଲିସ୍ । ଏହି ଚୋର ମାନେ କେବଳ ରୟାଲ୍ ଏନଫିଲ୍ଡ ଗାଡ଼ି ଚୋରୀ କରନ୍ତି । ଗିରଫ କରିବା ପରେ କିପରି ବୁଲେଟ୍ ଚୋରି କରୁଥିଲେ ତାର ଉପାୟ ପଚାରିଥିଲା । ଆଉ ଚୋର ମାତ୍ର କିଛି ସେକେଣ୍ଡରେ ବୁଲେଟ୍ ର ତାର କାଟି ଗାଡ଼ି ଷ୍ଟାର୍ଟ କରି ଦେଇଥିଲା । ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ପୋଲିସର ପଚରାଉଚରା ବେଳେ ଚୋରମାନେ କହିଥିଲେ ଯେ ସେମାନେ ମାତ୍ର ୨୦ ସେକେଣ୍ଡରେ ବୁଲେଟ୍ ଚୋରି କରିପାରନ୍ତି । ଚୋରମାନେ ଏହା ମଧ୍ୟ କହିଛନ୍ତି ଯେ ସେମାନେ କେବଳ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ଚୋରି କରନ୍ତି କାରଣ ଏଥିପାଇଁ ଭଲ ଟଙ୍କା ମିଳିଥାଏ । ଏହା ଶୁଣି ପୋଲିସ ସେମାନଙ୍କୁ ଚୋରୀର ଡେମୋ ଦେଖାଇବାକୁ କହିଥିଲା । ଏହାପରେ ସେମାନେ ବୁଲେଟ୍ ନିକଟରେ ପହଞ୍ଚି ହ୍ୟାଣ୍ଡେଲ କୁ ଝଟକା ଦେଇ ଲକ୍ କୁ ଭାଙ୍ଗି ଦେଇଥିଲା । ତା’ପରେ ଦାନ୍ତରେ ତାର କୁ କାଟି କନେକ୍ଟ୍ କରିଥିଲେ ଓ ବୁଲେଟ୍ ଷ୍ଟାର୍ଟ କରିଥିଲେ । ସେମାନଙ୍କ କାରନାମା ଦେଖି ପୋଲିସ୍ ବି ତାଜୁବ୍ ହୋଇଯାଇଥିଲା ।

Get real time updates directly on you device, subscribe now.