‘ଶ୍ରୀମନ୍ଦିର ବାହାରେ ଲଗାଯାଇପାରେ ୱାଚ ଟୱାର’, ଆଇନ ମନ୍ତ୍ରୀଙ୍କ ସୂଚନା

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଏବଂ ମନ୍ଦିର ଭିତରର ଫଟୋ ଓ ଭିଡିଓ ଭାଇରାଲ ପରେ ୱାଚ ଟାୱାର ଲଗାଯିବା ପାଇଁ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରକୁ ଜଗିବ ୱାଚ ଟାୱାର। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗର୍ଭଗୃହର ଫଟୋ ଏବଂ ଭିଡିଓ ଭାଇରାଲ ପରେ ଏଭଳି ୱାଚ ଟାୱାର ପାଇଁ ନିଷ୍ପତ୍ତି ନେଉଛନ୍ତି ସରକାର।

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଏବଂ ମନ୍ଦିର ଭିତରର ଫଟୋ ଓ ଭିଡିଓ ଭାଇରାଲକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଛି। ୱାଚ ଟାୱାର ଲଗାଇବାକୁ ସରକାର ଚିନ୍ତା କରୁଛନ୍ତି।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଜାରି କରି କହିଛନ୍ତି, “ଗର୍ଭଗୃହ ଫଟୋ ଭାଇରାଲର ତଦନ୍ତ କରୁଛି ପୋଲିସ। ଯିଏ ବି କରିଛି, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରାଯିବ। ଚାରିଦୁଆରରେ ସିସିଟିଭିରେ କଡ଼ା ଚେକିଂ ଚାଲିଛି।”