ଅଶ୍ଳୀଳ ଫିଲ୍ମ ଦେଖିଲା, ଶୋଇଥିବା ମହିଳାଙ୍କ ଘରେ ପଶିଲା, ଆଉ ତା ପରେ…

ଶୋଇଥିବା ମହିଳାଙ୍କ ଘରେ ପଶି ଛୁରୀରେ ଗଳା କାଟି ହତ୍ୟା କଲା 17 ବର୍ଷୀୟ ଯୁବକ

ରାଜସ୍ଥାନ: ଅଶ୍ଳୀଳ ଫିଲ୍ମ ଦେଖି ବାଇଆ ହେଲେ ନାବାଳକ। ଆଉ ରହିନପାରି ଏକା ଶୋଇଥିବା ମହିଳାଙ୍କ ଘରେ ପଶି କରିଲେ ଭୟଙ୍କର କାଣ୍ଡ। ଏଭଳି ଏକ ଘଟଣା ଘଟିଛି ରାଜସ୍ଥାନର ପ୍ରତାପଗଡ଼ରେ। ଜଣେ 17 ବର୍ଷୀୟ ଯୁବକ ତାଙ୍କ ପଡ଼ୋଶୀରେ ରହୁଥିବା ମହିଳାଙ୍କ ଘରେ ପଶି ଛୁରୀରେ ତାଙ୍କ ଗଳା କାଟି ହତ୍ୟା କରିଛି।

କଣ ଥିଲା ପୁରା ଘଟଣା: ପୁଅଟି ପ୍ରଥମେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ତାପରେ ଏକା ଶୋଇଥିବା ମହିଳାଙ୍କ ଘରେ ପଶିଥିଲା। ଯେତେବେଳେ ସେ ମହିଳାଙ୍କ ପାଖକୁ ଯାଇ ତାଙ୍କ ଲୁଗା କାଢ଼ିବାକୁ ଚେଷ୍ଟା କଲା, ମହିଳା ଉଠି ପଡ଼ି କହିଲେ ଯେ, ମୁଁ ତୁମକୁ ଚିନ୍ହିଦେଲି। ମହିଳାଙ୍କର ଏକଥା ଶୁଣି ପୁଅଟି ଡରିଯାଇ ତାଙ୍କର ଗଳା କାଟି ହତ୍ୟା କଲା।

ପ୍ରତାପଗଡ଼ର ଛୋଟି ସାଦ୍ରି ଅଞ୍ଚଳରେ ଗୁଡ୍ଡି ବାଇ ନାମକ ଜଣେ ବିଧବା ମହିଳାଙ୍କୁ ଗଳା କାଟି ନିର୍ମମ ଭାବରେ ହତ୍ୟା କରାଯାଇଛି। ଯେତେବେଳେ ମହିଳା ଜଣକ ତା ପରଦିନ ସକାଳେ ଘରୁ ବାହାରକୁ ଆସି ନଥିଲେ, ଆଖପାଖର ଲୋକମାନେ ଘରକୁ ଯାଇ ସେଠାରେ ଖୋଜାଖୋଜି କରିଥିଲେ।

ତା ପରେ ମହିଳାଙ୍କ ମୃତଦେହ ପଡ଼ିଥିବାର ସେମାନେ ଦେଖିଥିଲେ। ପୋଲିସ ଏହି ଘଟଣା ସମ୍ବନ୍ଧରେ ଜାଣିବା ପରେ ଉକ୍ତ ସ୍ଥାନକୁ ଆସି ତଦନ୍ତ ଆରମ୍ଭ କରିବା ସହିତ ୧୫୦ ରୁ ଅଧିକ ସିସି କ୍ୟାମେରା ଯାଞ୍ଚ କରିଥିଲା।

ତଦନ୍ତରୁ ଜଣାପଡ଼ିଥିଲା ​​ଯେ, ଜଣେ ନାବାଳକ ପୁଅ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘର ବାହାରେ ବସିଥିଲା ​​ଏବଂ ଘଟଣା ଦିନ ରାତି 1ଟା ପର୍ଯ୍ୟନ୍ତ ମୋବାଇଲ୍ ବ୍ୟବହାର କରୁଥିଲା। ଏହା ପରେ ପୋଲିସ ସେହି ଯୁବକକୁ ଧରିଥିଲେ।

ଆରମ୍ଭରୁ ସେ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଯେତେବେଳେ ତାକୁ କଡ଼ାକଡ଼ି ଭାବରେ ପଚରାଉଚରା କରାଯାଇଥିଲା, ସେ ସମ୍ପୂର୍ଣ୍ଣ କାହାଣୀ ବର୍ଣ୍ଣନା କରି ହତ୍ୟା କରିଛି ବୋଲି ମାନିଯାଇଥିଲା।

ସେ ଆହୁରି ମଧ୍ୟ କହିଥିଲା ଯେ, ମହିଳା ଜଣଙ୍କ ଖସିଯିବାକୁ ବହୁତ ଚେଷ୍ଟା କରିଥିଲେ, ଯାହା ଫଳରେ ତାଙ୍କ ହାତରେ ଛୁରୀ ବାଜି ଖଣ୍ଡିଆ ହୋଇଥିଲା। ଏହା ପରେ ସେ ମୋବାଇଲ୍ ଫୋନ୍ ଚୋରି କରି ସେଥିରୁ ସିମ୍ କାର୍ଡ ବାହାର କରି ଭାଙ୍ଗିକି ଫୋପାଡ଼ି ଦେଇଥିଲେ।

ରକ୍ତ ଲାଗିଥିବା ଛୁରୀ ଏବଂ ପୋଷାକକୁ ତାଙ୍କ ଘରେ ଲୁଚାଇ ଦେଇ ଗାଧୋଇବା ପରେ ଶୋଇବାକୁ ଯାଇଥିଲେ। ସକାଳେ, ଯେତେବେଳେ ଲୋକମାନେ ମହିଳାଙ୍କ ମୃତ୍ୟୁକୁ ନେଇ ପ୍ରତିବାଦ ଆରମ୍ଭ କରିଥିଲେ, ସେ ସେମାନଙ୍କ ସହିତ ମଧ୍ୟ ସାମିଲ ହୋଇଥିଲେ।