ଅଧିକ ସମୟ ଧରି ରିଲ୍ସ ଦେଖିବା ଦ୍ଵାରା ହୋଇପାରେ ଏହି ରୋଗ, ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

ଯୁଗ ବଦଳିବା ସହ ଲୋକମାନେ ଅଧିକ ସମୟ ମୋବାଇଲ ଫୋନରେ ବିତାଇବା ଆରମ୍ଭ କରିଛନ୍ତି । ଛୋଟରୁ ବଡ ଯାଏଁ ସମସ୍ତେ ଆଜିକାଲି ଜର ମାଇଣ୍ଡ କୁ ରିଲାକ୍ସ କରିବା ପାଇଁ ଫୋନ ର ସାହାରା ନେଉଛନ୍ତି । ମୋବାଇଲ ରେ ବିଭିନ୍ନ ୱେବ ସିରିଜ ଦେଖିବା ସହିତ ଇନଷ୍ଟାଗ୍ରାମରେ ରିଲ୍ସ ମଧ୍ୟ ଦେଖୁଛନ୍ତି । ଆମେ ଭାବିଥାଉ ଯେ ୱେବ ସିରିଜ, ଭିଡିଓ ଓ ରିଲ୍ସ ଇତ୍ୟାଦି ଦେଖି ଆମ ମନ ଶାନ୍ତ ହୋଇ ଯାଉଛି । ଯେବେକି ବିଜ୍ଞାନ ଏହାକୁ ଗୋଟିଏ ରୋଗ ସହିତ ଯୋଡି ଦେଇଛି । ଯାହା ବିଷୟରେ ଆପଣ ଜାଣିବା ନିହାତି ଜରୂରୀ ଆଟେ । ବର୍ତମାନ ରିଲ୍ସ ସ୍କ୍ରୋଲ କରିବା ସାଧାରଣ କଥା ହୋଇ ଗଲାଣି । କିନ୍ତୁ କିଛି ଲୋକ ଏହି ରୀଲ୍ସ ଦେଖି ଦେଖି ଘଣ୍ଟା ଘଣ୍ଟା ନଷ୍ଟ କରି ଦେଉଛନ୍ତି ତାହା ବର୍ତମାନ ଚିନ୍ତାର କାରଣ ହୋଇଛି।

ଏହା କେଉଁ ରୋଗ ? –

ହାବାର୍ଡ ମେଡିକାଲ ସ୍କୁଲ ର ଗୋଟିଏ ଅଧ୍ୟୟନ ଅନୁସାରେ , ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣ ରୀଲ୍ସ ଦେଖିବା ଦ୍ୱାରା ‘ମାସ ସାଇକୋଜେନିକ ଇଲନେସ ‘ ନାମକ ରୋଗରେ ପୀଡିତ ହୋଇ ପାରନ୍ତି । ଏହି ରୋଗରେ ପୀଡିତ ହେବ ଦ୍ୱାରା ଅନେକ ଲକ୍ଷଣ ଦେଖା ଯାଇଥାଏ । ଯାହାକୁ ଲୋକେ ସାଧାରଣ ରୋଗ ଭାବି ଥାଆନ୍ତି । ଯେପରିକି କାହା ସହିତ କଥା ହେବା ସମୟରେ ଗୋଡ଼ ହଲାଇବା ଏହା ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ।

ଏଭଳି ଅନେକ ଲୋକ ଅଛନ୍ତି ଯିଏ କି କୌଣସି ଭିଡିଓ କୁ ସମ୍ପୂର୍ଣ ଦେଖି ପାରନ୍ତି ନାହିଁ ଓ ଲଗାତାର ଭିଡିଓ ପରିବର୍ତନ କରିବାରେ ଲାଗନ୍ତି । ଅର୍ଥାତ ଗୋଟିଏ ଭିଡିଓ କୁ ସ୍ଥିର ହୋଇ ଦେଖିବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇଥାଏ । ଏପରି ସ୍ଥିତିରେ ଲୋକ ମାନଙ୍କର କନ୍ସନଟ୍ରେଟ ବ୍ରେକ ହୋଇଥାଏ । ସେମାନଙ୍କର ଏହି ସ୍ଥିତି କୁ ଆଟେନ୍ସନ୍ ଡେ଼ଫିସିଟ ହାଇପରଆକ୍ଟିଭିଟି ଡ଼ିସ ଅର୍ଡର କୁହାଯାଇ ଥାଏ । ଯାହା ଅଧିକ ଯୁବକ ମାନଙ୍କ ନିକଟରେ ଦେଖିବାକୁ ମିଳୁଛି ।

ଏହାଛଡା କିଛି ଲୋକ ଏଭଳି ଅଛନ୍ତି ସୋସିଆଲ ମିଡିଆରେ ଅନ୍ୟର ପୋଷ୍ଟ ଉପରେ ଅଧିକ ଲାଇକ , ଭିୟୁଜ ଓ କମେଣ୍ଟ ଦେଖିବା ଚିନ୍ତାରେ ରୁହନ୍ତି ଯେଉଁ କାରଣରୁ ମାନସିକ ଉତେଜନା ଦେଖାଯାଏ । ଏବଂ ଆଉ କିଛି ଲୋକ ଏହାକୁ ନେଇ ଡିପ୍ରେସନ ର ଶିକାର ମଧ୍ୟ ହୋଇ ଯାଆନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ମୋବାଇଲ ଖେଳେଇବ ଦ୍ୱାରା ପିଠି ଯନ୍ତ୍ରଣା ର ଶିକାର ହୋଇ ପାରନ୍ତି । ଏହା ମେରୁଦଣ୍ଡ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ମାଈଗ୍ରେନ , ମୁଣ୍ଡ ବିନ୍ଧା ଓ ଡିପ୍ରେସନ ସମସ୍ୟା ମଧ୍ୟ ହୋଇଥାଏ ।