fbpx

‘ଆମେ କୌଣସି ସାଧୁ ସନ୍ୟାସୀ ନୁହଁ, ପ୍ରତ୍ୟେକ ନେତା ପରବର୍ତୀ ନିର୍ବାଚନ ବିଷୟରେ ଚିନ୍ତା କରନ୍ତି’: ନିତିନ ଗଡକରୀ

ନୂଆଦିଲ୍ଲୀ: ପ୍ରତ୍ୟେକ ସରକାର ଏବଂ ନେତାମାନେ ସେମାନଙ୍କର ପରିବର୍ତ୍ତି ନିର୍ବାଚନ ବିଷୟରେ ଚିନ୍ତା କରିଥାନ୍ତି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାଗଣାରେ ଚାଉଳ, କର ଛାଡ଼ ଆଦି ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏହି ଉତ୍ତର ଦେଇଛନ୍ତି । ଜାତୀୟ ଗଣମାଧ୍ୟମ ଆଜ୍‌ତକ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ଯେ, ଆମେ ଭଲ କାମ କରିବା ତ ଆଗାକୁ ଜିତିବା, ଏବଂ ଜନତା ପୁଣି ସରକାରରେ ବସାଇବେ, ପ୍ରତ୍ୟେକ ପାର୍ଟି ଏହିପରି ଅଟେ। ଏଥିପାଇଁ ଆମେ କାମ କରୁଛୁ, କାରଣ ଆମେ ନିର୍ବାଚନ ଜିତି ଆସିଛୁ। ସେହିପରି କିଛି ରାଜ୍ୟରେ ମାଗଣାରେ ବିଦ୍ୟୁତ୍ ଦିଆଯାଉଛି କିନ୍ତୁ, କ୍ଷତି ବିଷୟରେ ଚିନ୍ତା କରାଯାଉ ନଥିବା ସେ କହିଥିଲେ।

ତେବେ ଚଳିତ ବର୍ଷ ୯ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ସେ ଏଥିପାଇଁ ଚିନ୍ତା ନକରି କାର୍ଯ୍ୟ କରୁଥିବା କହିଛନ୍ତି। ମୁଁ କୌଣସି କାର୍ଯ୍ୟ ପାଇଁ କମିଟମେଣ୍‌ଟ କରେ ନାହିଁ, ଟାର୍ଗେଟ୍ ଧାର୍ଯ୍ୟ କରେ। ତେବେ ୨୦୨୪ ଶେଷ ସୁଦ୍ଧା ଭାରତର ସଡ଼କ ପଥକୁ ଆମେରିକା ସହିତ ସମାନ କରିବେ ବୋଲି କହିଥିଲେ।

ଶିପିଙ୍ଗ ବିଭାଗ ମନ୍ତ୍ରଳାୟ ଦାୟିତ୍ୱରେ ଥିବା ସମୟରେ ସମୁଦ୍ରରେ ସେ ବିମାନ ଅବତରଣ କରାଇଥିବା କହିଥିଲେ । ଅର୍ଥାାତ୍ ଏୟାର ଷ୍ଟ୍ରପ୍‌ରି ବିମାନ ଉଡ଼ି ଯାଇ ପାଣିରେଅବତରଣ କରିବାରଥିଲା । ଏହି ପ୍ରୋଜେକ୍ଟକୁ ସରକାର ଫାଇନାଲ କରି ସାରିଛନ୍ତି । ଏଥିପାଇଁ ୱାଟର ପୋର୍ଟ ପ୍ରସ୍ତୁତ କରାଯିବ । ସେହିଭଳି ବର୍ତ୍ତମାନ ସରକାର ୨୬ ଏଭଳି ରୋଡ ପ୍ରସ୍ତିତ କରୁଛନ୍ତି, ଯେଉଁଠାରେ ବିମାନ ଅବତରଣ କରିପାରିବ । ରୋଡ ଫାଙ୍କା ଥିବା ସମୟରେ ରୋଡର ଓଭୟ ପାଶ୍ୱର୍କୁ ବନ୍ଦ କରି ବିମାନ ଅବତରଣ କରାଯିବ ।

Get real time updates directly on you device, subscribe now.