fbpx
BSKY SKY
BSKY SKY

୨ୟ ପର୍ଯ୍ୟାୟ ଟିକାକରଣ ପାଇଁ ଆମେ ପ୍ରସ୍ତୁତ: ବିଏମସି

BSKY

ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ରାଜ୍ୟର୧୬୧ଟି କେନ୍ଦ୍ରରେ ଟିକାକରଣର ଆଜି ଶୁଭାରମ୍ଭ ହୋଇଛି । ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ‘ଯେଉଁମାନେ ଟିକା ନେଇଛନ୍ତି ସମସ୍ତେ ଭଲ ଅଛନ୍ତି । ଟିକା ନେବା ପରେ କାହାର ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ଟିକାକୁ ନେଇ କିଛି ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଥିଲା । ପାଶ୍ୱର୍ ପ୍ରତିକ୍ରିୟା ନଥିବା ଏକ ଭଲ ଖବର । ବର୍ତ୍ତମାନ ରାଜଧାନୀର ୬ଟି ସ୍ଥାନରେ ୧୦୦ରୁ ଅଧିକ ଟିକା ନେଲେଣି ।’ ତେବେ ଦ୍ୱିତୀୟ ପର୍ଯ୍ୟାୟ ଟିକା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

Get real time updates directly on you device, subscribe now.