ଏମିତି କିଛି ରାଶି ରହିଛି, ସେମାନଙ୍କ ପାଇଁ ସୁନା ପିନ୍ଧିବା ଲାଭ ବଦଳରେ ଦିଏ ଭୟଙ୍କର କ୍ଷତି, ସ୍ୱାସ୍ଥ୍ୟ ସହ ଅନେକ କ୍ଷେତ୍ରରେ ଦିଏ ବିପରିତ ଫଳ

ଓଡିଶା ଭାସ୍କର- ସୁନାକୁ ଶୁଭ ବୋଲି କୁହାଯାଏ । ସମସ୍ତଙ୍କର ମଧ୍ୟ ସୁନା ପ୍ରତି ରହିଛି ଅହେତୁକ ଦୁର୍ବଳତା । କିନ୍ତୁ ଏମିତି କିଛି ରାଶି ରହିଛି, ସେମାନଙ୍କ ପାଇଁ ସୁନା ଶୁଭ ବଦଳରେ ଅଶୁଭ ହୋଇଥାଏ । ଏହି ରାଶିର ଲୋକମାନେ ସୁନା ପିନ୍ଧିଲେ ସେମାନଙ୍କୁ ଅନେକ କୁପ୍ରଭାବର ଶିକାର ହୋଇଥାନ୍ତି ଉଭୟ ଶାରୀରିକ ତଥା ମାନସିକସ୍ତରରେ । ତେବେ କେଉଁ କେଉଁ ରାଶି ପାଇଁ ସୁନା ବିପରିତ ଫଳ ଦିଏ ଆସନ୍ତୁ ଜାଣିବା ।

ଜ୍ୟୋତିର୍ବିତଙ୍କ ମୁତାବକ, କିଛି ଏମିତି ରାଶି ରହିଛି, ଯେଉଁ ରାଶର ଲୋକ ସୁନା ପରିଧାନ କଲେ ସେମାନଙ୍କୁ ଅନେକ ପ୍ରତିବନ୍ଧକର ଶିକାର ହେବାକୁ ହୋଇଥାଏ । ସ୍ୱାସ୍ଥ୍ୟଗତ ସମସ୍ୟା ସହ ବିଶେଷ ରୂପେ ଆର୍ଥିକ ଦୁରାବସ୍ଥାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ସବୁ ରାଶି ହେଉଛି-

ବୃଷ ରାଶି- ବୃଷ ରାଶିର ସ୍ୱାମୀ ଶୁକ୍ର । ଶୁକ୍ର ଅବଶ୍ୟ ଧନ ସମ୍ପତ୍ତିର କାରକ ବୋଲି କୁହାଯାଏ । କିନ୍ତୁ ସୁନାର ସମ୍ବନ୍ଧ ବୃହସ୍ପତ୍ତିଙ୍କ ସହ ରହିଛି । ଯେମିତି ଜାଣନ୍ତି ଜଣେ ଅସୁରଙ୍କ ଗୁରୁ ହେବା ବେଳେ ଜଣେ ଦେବତାଙ୍କ ଗୁରୁ । ତେଣୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ରହିଥାଏ । ତେଣୁ ସୁନା ବୃଷ ରାଶିର ଲୋକଙ୍କ ପାଇଁ ଓଲଟା ଫଳ ଦିଏ ।

ମିଥୁନ ରାଶି- ଏହି ରାଶିର ସ୍ୱାମୀ ବୁଧ । ଗୁରୁଙ୍କ ସହ ବୁଧଙ୍କ ସମ୍ପର୍କ ତିକ୍ତ । ତେଣୁ ମିଥୁନ ରାଶିର ଲୋକଙ୍କ ପାଇଁ ସୁନା ଅଳଙ୍କାର ପିନ୍ଧିବା ଲାଭ ବଦଳରେ କ୍ଷତି ଦେଇଥାଏ । ବହୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ହୁଏ । ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ହୁଏ ସୁନା ପିନ୍ଧିବା କାରଣରୁ ।

ମକର- ଶନିଙ୍କ ସ୍ୱାମୀତ୍ୱର ରାଶି ମକର ପାଇଁ ମଧ୍ୟ ସୁନା ଉପଯୁକ୍ତ ନୁହେଁ । ଏହି ରାଶିର ଲୋକ ସୁନା ପିନ୍ଧିଲେ ବିଭିନ୍ନ ପ୍ରକାରର ନକାରାତ୍ମକ ଫଳ ମିଳିଥାଏ । ବ୍ୟକ୍ତିଙ୍କ ଚିନ୍ତା କରିବାର କ୍ଷମତା ଲୋପ ପାଇଥାଏ ।

କୁମ୍ଭ ରାଶି- କୁମ୍ଭ ରାଶିର ସ୍ୱାମୀ ମଧ୍ୟ ଶନି । ତେଣୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ମକର ପରି ସୁନା ପରିଧାନ ସମାନ ଫଳ ଦେଇଥାଏ ।