fbpx

ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ରାଜ୍ୟ:ଆଗକୁ ଆହୁରି ବଢିବ

ଭୁବନେଶ୍ୱର: ବେଶ୍ କିଛି ଦିନର ବ୍ୟବଧାନ ପରେ ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ହାଡ଼ଭଙ୍ଗା ଜାଡ଼ରେ ସାରା ରାଜ୍ୟ ଥରୁଛି । ଆହୁରି ୩ ଦିନ ରାଜ୍ୟବାସୀଙ୍କୁ ଶୀତ ଥରାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ହ୍ରାସ ପାଇବ । ତଦନୁଯାୟୀ କେତେକ ଜିଲ୍ଲା ପାଇଁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ ପ୍ରବଳ ଶୀତ ଲହରୀଅନୁଭୂତ ହେବାର ସମ୍ଭାବନା ରହିଛି । ଏପରିକି ଜାଡ଼ ଯୋଗୁଁ ଜ୍ୱର, ଥଣ୍ଡା, କାଶ, ନାକରୁ ପାଣି ବାହାରିବା, ଛିଙ୍କ ପ୍ରଭୃତି ରୋଗ ହେବାର ସମ୍ଭାବନା ରହିଛି। ତେଣୁ ବୟସ୍କ ଓ ଛୋଟ ପିଲାଙ୍କ ପ୍ରତି ଧ୍ୟାନଦେବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ରାତି ଓ ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରହିବା ସହ ଏହି ସମୟରେ ଦୁଇଚକିଆ ଯାନ କିମ୍ବା ଚାରି ଚକିଆ ଖୋଲା ଯାନରେ ନ ଯିବା ପାଇଁ କୁହାଯାଇଛି । ରାଜ୍ୟର ୨୦ଟିସହରରେ ତାପମାତ୍ର ୧୦ ଡିଗ୍ରୀ ହୋଇଛି । କୋରାପୁଟରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ସୁନ୍ଦରଗଡ଼ରେ ତୁଷାରପାତ ହୋଇଥିବା ଖବର ମିଳିଛି । ସେହିପରି କଟକରେ ସର୍ବନିମ୍ନ ତାପମାତ୍ରା ମଧ୍ୟ କମିଛି ।

Get real time updates directly on you device, subscribe now.