fbpx

ଟିଟିଲାଗଡ଼ ଏବେ ତତଳାଗଡ଼, ୪୧ଂ ଟପିଲା ତାପମାତ୍ରା: ୨୪ରୁ ଆହୁରି ତତେଇବ ଗ୍ରୀଷ୍ମ ପ୍ରକୋପ, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ତତଲା କଡେଇରେ ଓଡିଶା। ଆକାଶରୁ  ନିଆଁ ବର୍ଷା ଯୋଗୁ ଜନଜୀବନ ଅସ୍ଥବ୍ୟସ୍ଥ ହୋଇପଡିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରକେପ ଏତେ ରହିଛି ଦିନ ୧୧ଟା ବେଳକୁ  ରାସ୍ତାଘାଟ ଖାଲି ପଡୁଛି। ଗତ ୨ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ପୁଣି ବଢ଼ିଛି ପାରଦ। ଆସନ୍ତା ୨୪ ତାରିଖ ବେଳକୁ ଆହୁରି ତତେଇବ ଗ୍ରୀଷ୍ମ ପ୍ରକୋପ । ପାରଦ ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ରବିବାର ରାଜ୍ୟର ୫ଟି ସହହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ସବୁଠାରୁ ଅଧିକ ତାପମାତ୍ରା ଟିଟିଲାଗଡ ସହରରେ ରହିଛି । ଟିଚିଲାଗଡର ତାପମାତ୍ରା ୪୧.୪ ଡ଼ିଗ୍ରି ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସ୍ୱଷ୍ଟ କରାଯାଇଛି । ସେହିପରିବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପାଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୭.୬ ଡ଼ିଗ୍ରି ଏବଂ କଟକରେ ୩୭.୨ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି ।

 

Get real time updates directly on you device, subscribe now.