fbpx

ପାର୍କ ବାହାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଦୁର୍ବୃତ୍ତ, ସ୍ଥାନୀୟଲେକା ରୋକିବାରୁ ତାଙ୍କୁ ବି ପିଟିଲେ…

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବୁଦ୍ଧ ଜୟନ୍ତୀ ପାର୍କ ବାହାରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଜଣାପଡିଛି । ଦିବ୍ୟ ରଞ୍ଜନ ବେହେରାଙ୍କୁ ଅଚାନକ କିଛି ଯୁବକ ହଠାତ୍‌ ଆସି ଅତର୍କିତ ଆକ୍ରମଣ କରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ଏକାଠି ହୋଇ ବିରୋଧ କରିବାରୁ କିଛି ଲୋକଙ୍କୁ ବି ସେମାନେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ କେଉଁ କାରଣ ପାଇର୍ ଦିବ୍ୟଙ୍କୁ ଆକ୍ରମଣ କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ। ଏହା ପୂର୍ବ ଶତ୍ରୁତା କିମ୍ବା ରାଜନୈକ ହିସାଂ କାରଣ ହୋଇଥାଇପାରେ ବୋଲି ଆକଳନ କରାଯାଉଛି। ପୋଲିସର ତଦନ୍ତ ପରେ ପ୍ରକୃତ କାରଣ ସାମ୍ମାକୁ  ଆସିବ।

Get real time updates directly on you device, subscribe now.