fbpx

ମେନ୍ୟୁରେ ‘Bone Marrow’ ନାହିଁ କିଏ ବାହାହେବ? ମଟନ୍ ପାଇଁ ଆରମ୍ଭ ହେଲା ବିବାଦ, ଭାଙ୍ଗିଗଲା ବାହାଘର

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ ବିବାହ ଉତ୍ସବ ସମୟରେ କିଛି ବଡ଼ ଧରଣର ଅଘଟଣ ଦେଖିବାକୁ ମିଳିଥାଏ । ଯୌତୁକ, ଖାଦ୍ୟ ମେନୁ ଆଦି ବିଭିନ୍ନ କାରଣକୁ ନେଇ ବେଳେବେଳେ ବରଯାତ୍ରୀମାନେ ହଙ୍ଗାମା କରିଥାନ୍ତି । ତେବେ ଏହା ମଧ୍ୟରେ ମଟନ କାରଣରୁ ଭାଙ୍ଗିଯାଇଛି ଗୋଟିଏ ବିବାହ । ଜଣେ ବ୍ୟକ୍ତି କେତେ କଷ୍ଟରେ ଅର୍ଥ ସଞ୍ଚୟ କରି ତାଙ୍କର କନ୍ୟାକୁ ବିବାହ ଦେଉଛନ୍ତି କେହି ବୁଝିବାକୁ ପ୍ରସ୍ତୁତ ନଥିଲେ ।

ସୂଚନା ମୁତାବକ, ତେଲେଙ୍ଗାନାରୁ ଆସିଛି ଏଭଳି ଏକ ବଡ଼ ଖବର । କନ୍ୟାପକ୍ଷ ନିଜର ପରିବାର ସଦସ୍ୟ ଓ ବରପକ୍ଷଙ୍କ ସମ୍ପର୍କୀୟଙ୍କ ପାଇଁ ମେନ୍ୟୁରେ ମାଂସର ବ୍ୟବସ୍ଥା କରିଥିଲେ । ତେବେ ମେନ୍ୟୁରେ ‘ମଟନ ବୋନ ମାରୋ’ ନଥିବା ନେଇ ବିବାହ ପରେ କିଛି ଅତିଥି ଅଭିଯୋଗ କରିଥିଲେ । ଏହି କଥାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଶେଷରେ ବିବାହ ଭାଙ୍ଗିଯାଇଥିଲା ।

ବରପକ୍ଷ ଜଗତିୟାଲ ଅଞ୍ଚଳରେ ହୋଇଥିବା ବେଳେ କନ୍ୟାପକ୍ଷ ନିଜାମାବାଦ ଅଞ୍ଚଳର । ତେବେ ବୋନ ମାରୋକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏତେ ଉଗ୍ରରୂପ ଧାରଣ କରିଥିଲା ଶେଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବରପକ୍ଷଙ୍କୁ ପୋଲିସ ଯେତେ ବୁଝାଇଲେ ମଧ୍ୟ ସେମାନେ ବୁଝିନଥିଲେ । ଶେଷରେ ବିବାହ ଭାଙ୍ଗିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ । କନ୍ୟାଙ୍କ ପରିବାର ପକ୍ଷରୁ ମେନ୍ୟୁରେ ବୋନ ମାରୋ ପରସା ଯାଇନଥିଲା ଓ ସେମାନେ ଜାଣୁଶୁଣି ଏହି କଥା ଲୁଚାଇଥିବା ନେଇ ବରପକ୍ଷ ଅଭିଯୋଗ କରିଥିଲେ । ଶେଷରେ ବିବାହ ଉତ୍ସବରେ ହିଁ ବାହାଘର ଭାଙ୍ଗିଯାଇଥିଲା ।

Get real time updates directly on you device, subscribe now.