fbpx

(Video)ବରଯାତ୍ରୀଙ୍କୁ ମଦ ନ ମିଳିବାରୁ ଡ୍ୟାନ୍ସ ଷ୍ଟେପ୍ ମାଧ୍ୟମରେ ଏପରି ପ୍ୟାକ୍ ବନାଇଲେ ଯୁବକ, ଭାଇରାଲ ହେଲା ଭିଡିଓ

ଓଡ଼ିଶା ଭାସ୍କର: ସମାଜରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ କେବଳ ବିଳାସ ବେସନରେ ବଞ୍ଚିବା ଲକ୍ଷ୍ୟରେ ଅଛନ୍ତି । ତାଙ୍କ ଭିତରେ କିଛି ଲୋକ ନିଶା ସେବନ କରିବାକୁ ଅଧିକ ପସନ୍ଦ କରନ୍ତି । ବିବାହ ଉତ୍ସବ ହେଉ କି ଅନ୍ତ୍ୟଷ୍ଟିକ୍ରିୟା ହେଉ ସବୁଠି ଏବେ ମଦର ଆସର ଦେଖିବାକୁ ମିଳୁଛି । ଗାଁ ଠୁ ସହର, ପିଲା ଠୁ ବୁଢ଼ା ସମସ୍ତେ ମଦ ଟିକିଏ ପାଇଁ ବ୍ୟାକୁଳ । କଥା ଏମିତି ହେଲାଣି ଯଦି ଭୋଜିଭାତରେ ମଦର ବ୍ୟବସ୍ଥା ନାହିଁ ତେବେ ଆପଣଙ୍କର ଇଜତ୍ ନାହିଁ । ତେବେ ପ୍ରକୃତ କଥା ସେଭଳି ଜଣେ ଲୋକ ଯିଏ ବରଯାତ୍ରୀରେ ମଦ ନମିଳିବାରୁ ଏପରି କରିଲେ ଯେ କେହି ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ସବୁ ବିବାହରେ ବରଯାତ୍ରୀମାନେ ନୃତ୍ୟ କରନ୍ତି ଏବଂ ଅନେକ ନୃତ୍ୟ କରବା ସମୟରେ ବିଭିନ୍ନ ପ୍ରକାରର ଅଭିନୟ କରନ୍ତି । ତେବେ ଏହି ବ୍ୟକ୍ତି ଜଣକ ମଦ ମିଳିଲାନି ବୋଲି ଏଭଳି ନାଚିଲେ, ଏବେ ପୁରା ଭାଇରାଲ ହୋଇଗଲେ । ଭିଡିଓରେ ବ୍ୟକ୍ତି ଜଣକ ଏକ ବିବାହ ଉତ୍ସବରେ ଡ୍ୟାନ୍ସ କରୁଥିବା ବେଳେ ମଦ ପିଇବା ପାଇଁ ଅଭିନୟ କରୁଥିବା ଦେଖିବାକୁ ମିଳୁଛି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ୫ ମିଲିୟନରୁ ଅଧିକ ଥର ଦେଖାସରିଲାଣି । ଡ୍ୟାନ୍ସ ଷ୍ଟେପ୍ ସହ ପାନୀୟ ତିଆରି କରୁଥିବା ବେଳେ ଏହି ବ୍ୟକ୍ତିଙ୍କ ନିଆରା ଡ୍ୟାନ୍ସ ମୁଭ୍ ଇଣ୍ଟରନେଟ୍ ରେ ଖୁବ୍ ଭାଇରାଲ୍ ହୋଇଛି । ଏହି ଭିଡିଓକୁ ପ୍ରଥମେ ଅଂଶ ପରାଶର ନାମକ ଜଣେ ୟୁଜର ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଏବଂ ପରେ ଏହା ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଭାଇରାଲ ହୋଇଥିଲା । ଭିଡିଓରେ ଅଂଶ ନିଜେ ନିଜର ଡ୍ୟାନ୍ସ ମୁଭ୍ ସ ରେ ମଦ ପିଉଥିବାର ଦେଖିବାକୁ ମିଳିଛି । ନିଜ ଡ୍ୟାନ୍ସ ମୁଭ୍ ସ ଜରିଆରେ ସେ ପ୍ୟାକ୍ ତିଆରି କରିବାର ସମସ୍ତ ଷ୍ଟେପ ଦେଖାଇଥାନ୍ତି । ପ୍ୟାକ୍ ଢାଳିବାଠାରୁ ଆରମ୍ଭ କରି ଚାଖଣା ଖାଇବା ପର୍ଯ୍ୟନ୍ତ, ନିଜର ଡ୍ୟାନ୍ସ ମୁଭସ୍ ରେ ସବୁ କିଛି ବହୁତ ମଜାଦାର ଢଙ୍ଗରେ ଦେଖାଇଥାନ୍ତି । ଡ୍ରମରମାନେ ମଧ୍ୟ ଉତ୍ସାହର ସହ ଯୋଗ ଦେଇ ପରିବେଷଣକୁ ଆହୁରି ସ୍ୱତନ୍ତ୍ର କରିଥିଲେ। ଅନଲାଇନରେ ସେୟାର ହେବା ପରେ ଏହି ଭିଡିଓକୁ ସୋସିଆଲ ମିଡିଆ ୟୁଜର୍ସ ହଜାର ହଜାର ମଜାଳିଆ ମନ୍ତବ୍ୟ ଦେଇଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୮୦ ହଜାରରୁ ଅଧିକ ଲାଇକ୍ ମିଳିସାରିଛି।

Get real time updates directly on you device, subscribe now.