fbpx

ଯାଜପୁର ଜିଲ୍ଲାରେ ଲାଗିଲା ସପ୍ତାହାନ୍ତ ସଟଡାଉନ୍‌

ଯାଜପୁର,୩୦ ।୪(ଓଡିଶା ଭାସ୍କର): କରୋନା ମହାମାରୀ ବଢିବାରେ ଲାଗିଛି । ଏହାରି ମଧ୍ୟରେ ସମଗ୍ର ଯାଜପୁର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା ହୋଇଛି । ଜିଲ୍ଲାର ସବୁ ସରପଞ୍ଚଙ୍କ ଅନୁରୋଧ କ୍ରମେ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଯାଜପୁର, ବ୍ୟାସନଗର ପୌରାଞ୍ଚଳ ଓ ୧୦ ବ୍ଲକର ୩୧୧ ପଞ୍ଚାୟତରେ ସପ୍ତାହାନ୍ତ ସଟଟାଉନ ଲାଗୁ ହେବ । ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।

ତେବେ ଆଜି ରାଜ୍ୟରେ ଆଜି ୮,୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହା ସହ ସୁନ୍ଦରଗଡରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ୪୫୯, ବରଗଡରୁ ୨୪୩, ଅନୁଗୁଳୁରୁ ୪୧୯, ଝାରସୁଗୁଡାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡାରୁ ୩୦୪, ଷ୍ଟେଟପୁଲରୁ ୨୭୭ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଭଦ୍ରକରୁ ୧୦୩, ଦେବଗଡରୁ ୧୦୨, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରାପଡାରୁ ୮୫, ବୌଦ୍ଧରୁ ୫୭, କନ୍ଧମାଳରୁ ୫୪, ମାଲକାନଗିରିରୁ ୩୪, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.