(Video): ପହିଲମାନ୍ ଦାଦି…. ତାଙ୍କ ଆଗରେ ବାହୁବଳି, ଶକ୍ତିମାନ ବି ଫିକା ! ଜିମ୍ ଯାଉଛନ୍ତି, ୱେଟ୍ ଲିଫ୍ଟିଂ ବି କରୁଛନ୍ତି….

ନୂଆଦିଲ୍ଲୀ: ବୟସ ବଢ଼ିବା ସଙ୍ଗେ ସଙ୍ଗେ ମଣିଷର ଶରୀର ଦୁର୍ବଳ ହୋଇଯାଏ । ଯାହାଫଳରେ ସେ ର୍ପୂବଭଳି କାମ କରିପାରେ ନାହିଁ । ୬୦ ବର୍ଷ ବୟସ ଟପିଗଲେ ତ ପାଣି ବାଲତି ଟେକିବା ତା’ ପାଇଁ ଅସମ୍ଭବ ହୋଇଯାଏ । କିନ୍ତୁ କିଛି ଏମିତି ବ୍ୟକ୍ତି ବିଶେଷ ଅଛନ୍ତି, ଯେଉଁମାନଙ୍କ ପାଇଁ ବୃଦ୍ଧ ବୟସ ହାର୍ ମାନିଛି । ଏଇ ଯେମିତି ଭାଇରାଲ ୱେଟ୍ ଲିଫ୍ଟର ଦାଦି । ଅଳ୍ପେ ବହୁତେ ନିହାତି ଆପଣ ତାଙ୍କୁ ଜାଣିଥିବେ । କାରଣ ସୋସିଆଲ ମିଡିଆରେ ଏବେ ଖାଲି ତାଙ୍କ ଭିଡିଓ । ଭାଇରାଲ ଦାଦିଙ୍କ ବୟସ ୭୦ କିନ୍ତୁ ଏ ସଂଖ୍ୟା ଓ ବାର୍ଦ୍ଧକ୍ୟ ତାଙ୍କ ଆଗରେ ତୁଚ୍ଛ । କାରଣ ୭୦ ବର୍ଷ ବୟସରେ ବି ସେ ଯାଉଛନ୍ତି ଜିମ୍ । ଖାଲି ଜିମ୍ ଯାଉଛନ୍ତି ବୋଲି ଭାବନ୍ତୁ ନାହିଁ । ଏ ବୟସରେ ସେ ୱେଟ୍ ଲିଫ୍ଟିଂ ବି କରୁଛନ୍ତି । କାରଣ ଆଗାମୀ ଦିନରେ ଯେ ପ୍ରତିଯୋଗୀତାରେ ମଧ୍ୟ ଭାଗ ନେବାକୁ ଯାଉଛନ୍ତି ।

 

View this post on Instagram

 

A post shared by The Better India (@thebetterindia)

ଭାଇରାଲ ଦାଦିଙ୍କ ପୂରା ନାମ ରୋଶନୀ ଦେବୀ ସାଙ୍ଗୱାନ । ରେଶାନୀଙ୍କ ବୟସ ୭୦ । ବୟସ ବଢ଼ିବା ଯୋଗୁ ସିଡ଼ି ଚଢ଼ିବା, ଚଲାବୁଲା କରିବା ତାଙ୍କୁ କଷ୍ଟ ଦିଏ । କିନ୍ତୁ ଏବେ ସେ ପୁରା ଫିଟ୍ । କାରଣ ସେ ଯାଉଛନ୍ତି ଜିମ୍, ଏବଂ ପ୍ରପର ଡାଏଟ୍ ଫଲୋ କରୁଛନ୍ତି । ଆଉ ଏଥିରେ ତାଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ପୁଅ ଅଜୟ । ବ୍ୟବସାୟରୁ କିଛି ସମୟ ବାହାର କରି ଅଜୟ ଏବେ ମା’ଙ୍କୁ ଟ୍ରେନିଂ ଦେଉଛନ୍ତି । ରୋଶନୀ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ନେଇ ଆଶା ରଖିଛନ୍ତି । ସେ ପାଇଁ ଏବେ ତାଙ୍କୁ ଅଧିକ ସମୟ ଜିମ୍ରେ ବିତାଇବାକୁ ପଡ଼ୁଛି । ଟ୍ରେନିଂ ପାଇଁ ତାଙ୍କ ପୁଅ ସାହାଯ୍ୟ କରୁଛନ୍ତି । ବର୍ତ୍ତମାନ ସେ ୭୦ କେଜିର ୱେଟ୍ ଲିଫ୍ଟ କରିବା ସହ ୧୦୦ କେଜିର ଲେଗ୍ସ ମାରୁଛନ୍ତି । ଏବେ ଦାଦି ପୁରା ସୁସ୍ଥ । ସିଡି ଚଢ଼ିବା ସାଙ୍ଗକୁ ଚାଲିବାରେ ମଧ୍ୟ ତାଙ୍କୁ କୌଣସି ଅସୁବିଧା ଅନୁଭବ ହେଉନାହିଁ ।