fbpx
BJD SKY
BJD SKY

ରିସର୍ଚ୍ଚରୁ ନୂଆ ଖୁଲାସା: ଓଜନ କମ କରୁଥିବା ମେଡିସିନ୍ ହାର୍ଟରୋଗୀଙ୍କ ପାଇଁ ଭଲ

BJD

ନୂଆଦିଲ୍ଲୀ : ଓଜନ କମ କରୁଥିବା ମେଡିସିନ୍ ହାର୍ଟରୋଗୀଙ୍କ ପାଇଁ ଭଲ। ଏହା ଆମେ ନୁହେଁ , ବରଂ ନୂଆ ରିସର୍ଚ୍ଚରୁ ଖୁଲାସା ହୋଇଛି । ମିଳିଥିବା ସୂଚନା ମୁତାବକ , ୟୁରୋପୀୟ ସୋସାଇଟି ଅଫ କାର୍ଡିଓଲୋଜି (ଇଏସସି) କଂଗ୍ରେସ ୨୦୨୩ରେ ଉପସ୍ଥାପିତ ହୋଇଥିବା ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଓଜନ ହ୍ରାସ କରୁଥିବା ଔଷଧ ସେମାଗ୍ଲୁଟାଇଡ ହୃଦରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଏହା ହୃଦଘାତ ହେତୁ ମୃତ୍ୟୁ ଆଶଙ୍କାକୁ ହ୍ରାସ କରିଥାଏ। ଅନୁସନ୍ଧାନ ଅନୁଯାୟୀ, ୨.୪ ମିଲିଗ୍ରାମ ଡୋଜ ହୃଦରୋଗ ସମ୍ବନ୍ଧିତ ଆଶଙ୍କାକୁ ୨୦ ପ୍ରତିଶତ ହ୍ରାସ କରିପାରେ।

ଇଏସସି କଂଗ୍ରେସରେ କୁହାଯାଇଥିଲା ଯେ ଏହି ଔଷଧ ମେଦବହୁଳ ରୋଗୀଙ୍କ ଓଜନ ହ୍ରାସ ଏବଂ ହାର୍ଟ ଫେଲିଓର ଓ୍ବିଥ ପ୍ରିଜର୍ଭ ଇଞ୍ଜେକସନ ଫ୍ରାକ୍ସନ(ଏଚଏଫପିଇଏଫ) ଏମିତି ରୋଗୀ ଯେଉଁମାନଙ୍କର ହାର୍ଟ ପମ୍ପ କାମ କରିବାର ଗତି ସାଧାରଣ ଠାରୁ ସାମାନ୍ୟ କମ, କିନ୍ତୁ ଓଜନ କମ କରିବାରେ ବ୍ୟବହାର କରାଯାଉଥିବା ଏହି ଔଷଧର ପରୀକ୍ଷଣ କରାଯାଇଛି। ଏହା ଦେଖାଗଲା ଯେ ପ୍ଲେସିବୋ ତୁଳନାରେ ଏହି ଔଷଧ ମେଦବହୁଳ ଏବଂ ଏଚଏଫପିଇଏଫ ରୋଗୀଙ୍କ ଉପରେ ଶୀଘ୍ର ପ୍ରଭାବ ପ୍ରଦର୍ଶନ କରିଥିଲା।

ସେମାଗ୍ଲୁଟାଇଡ ହେଉଛି ଏକ ଶକ୍ତିଶାଳୀ ଗ୍ଲୁକାଗନ ପରି ପେପ୍ଟାଇଡ -୧ ରିସେପ୍ଟର, ଯାହା ମେଦବହୁଳ ବ୍ୟକ୍ତିଙ୍କ ଓଜନ ହ୍ରାସ କରିବାରେ ଅପେକ୍ଷାକୃତ ଫଳାଫଳ ପ୍ରଦର୍ଶନ କରିଛି। ଷ୍ଟେପ-ଏଚଏଫପିଇଏଫ ପରୀକ୍ଷା, ସେମାଗ୍ଲୁଟାଇଡର ବ୍ୟବହାର ହୃଦଘାତରେ ଲକ୍ଷଣ ଏବଂ କାର୍ଯ୍ୟ / ବ୍ୟାୟାମ କ୍ଷମତାକୁ ଉନ୍ନତ କରେ କି ନାହିଁ ତାହାର ଅନୁମାନ ସହିତ କରାଯାଇଥିଲା। ଏସିଆ, ୟୁରୋପ, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାର ୧୩ଟି ଦେଶର ୯୬ଟି ସାଇଟରେ ଏହା ଏକ ଡବଲ-ବ୍ଲାଇଣ୍ଡ, ପ୍ଲେସେବୋ-ନିୟନ୍ତ୍ରିତ ଏବଂ ରାଣ୍ଡମ ଟ୍ରାଏଲ ଥିଲା।

Get real time updates directly on you device, subscribe now.