fbpx

ପଶ୍ଚିମବଙ୍ଗ କୋଇଲା ଘୋଟାଲା ମାମଲା: ମମତା ବାନାର୍ଜୀଙ୍କ ବୋହୂ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କଲେ କୋର୍ଟ

କୋଲକାତା: କୋଇଲା ଘୋଟାଲାରେ ସମ୍ପୃକ୍ତ ମମତା ବନାର୍ଜୀଙ୍କ ଭଣଜା ତଥା ଟିଏମସି ସାଂସଦ ଅଭିଶେକ ବାନାର୍ଜିଙ୍କ ସ୍ତ୍ରୀ ରୁଜିରୋ ବାନାର୍ଜୀଙ୍କ ବିରୋଧରେ ଜାମିନଯୋଗ୍ୟ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ । କୋଇଲା ଘୋଟାଲାରେ ସମ୍ପୃକ୍ତ ଥିବା ରୁଜିରା ବାନାର୍ଜୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ମନି ଲଣ୍ଡ୍ରିଂ ମାମାଲରେ ପଚରାଉଚରା କରିବା ପାଇଁ ହାଜର ହେଉ ନାହାନ୍ତି । ଏଥି ପାଇଁ କୋର୍ଟ ରୁଜିରା ବାନାର୍ଜୀଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ।

ଏହି ମାମଲାରେ ଆଗାମୀ ଶୁଣାଣି କୋର୍ଟ ୨୦ ଅଗଷ୍ଟ ୨୦୨୨ କୁ ଧାର୍ଯ୍ୟ କରିଛନ୍ତି । ଇଡି ପକ୍ଷରୁ କୋର୍ଟରେ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନିତେଶ ରାଣା କହିଥିଲେ ଯେ ଇଡି ପକ୍ଷରୁ ଅନେକ ଥର ରୁଜିରାଙ୍କୁ ହାଜର ହେବାକୁ ସମନ ଦିଆଯାଇଥିଲେ ମଧ୍ୟ ସେ ଇଡି ନିକଟରେ ପଚରାଉଚରା ପାଇଁ ହାଜର ହୋଇ ନାହାନ୍ତି । ଏହା ପୁର୍ବରୁ ଇଡି ସମନକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ କରିଥିବା ଅପିଲକୁ କୋର୍ଟ ଖାରଜ କରି ଦେଇଥିଲେ । ଅଭିଶେକ ବାନାର୍ଜୀ ଏବଂ ତାଙ୍କର ସ୍ତ୍ରୀ ରୁଜିରା ଅପିଲ କରିଥିଲେ କି ଏହି ମନି ଲଣ୍ଡ୍ରିଂ ମାମାଲରେ ପଚରାଉଚରା ଦିଲ୍ଲୀରେ ନକରାଯାଉ ।

ଅଭିଶେକ ତାଙ୍କର ଅପିଲରେ କହିଥିଲେ ଯେ କଥିତ କୋଇଲା ଘୋଟାଲା ମନି ଲଣ୍ଡ୍ରିଂ ମାମଲରେ ତାଙ୍କୁ ଜେରା କରାଯାଉ କିନ୍ତୁ, ତାହା ଦିଲ୍ଲୀ ବଦଳରେ କୋଲକାତାରେ ହେବାକୁ ସେ ଦାବି କରିଥିଲେ । କାରଣ ସେ ପଶ୍ଚିମବଙ୍ଗର ନେତା । ଡାଇମଣ୍ଡ ହାର୍ବର, ୨୪ ପରଗନା ଆସନରୁ ସେ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ସମାଜରେ ସେ ଜଣେ ସମ୍ମନିତ ସଦସ୍ୟ ଅଟନ୍ତି । ଏଥି ସହିତ ତାଙ୍କର ଘରେ ଛୋଟ ଛୋଟ ପିଲା ରହିଛନ୍ତି, ଏବଂ ସେମାନେ ତାଙ୍କ ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ ।

 

Get real time updates directly on you device, subscribe now.