fbpx

ମୁର୍ସିଦାବାଦରେ ରାମନବମୀ ଶୋଭାଯାତ୍ରାରେ ବିସ୍ଫୋରଣ, ଜଣେ ମହିଳା ଆହତ

କୋଲକାତା: ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଶକ୍ତିପୁରରେ ରାମ ନବମୀ ଶୋଭାଯାତ୍ରାରେ ଘଟିଥିବା ବିସ୍ଫୋରଣରେ ଜଣେ ମହିଳା ଆହତ ହୋଇଛନ୍ତି । ପୋଲିସ ଏହି ସୂଚନା ଦେଇଛି ।

ଆହତ ମହିଳାଙ୍କୁ ମୁର୍ସିଦାବାଦ ମେଡିକାଲ କଲେଜ ଏବଂ ଡାକ୍ତରଖାନା ନିଆଯାଇଥିଲା ।

ପୋଲିସର ବୟାନ:-
ଜଣେ ପୋଲିସ ଅଧିକାରୀ କହିଛନ୍ତି, ‘ବୁଧବାର ସନ୍ଧ୍ୟାରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ମହିଳା ଆହତ ହୋଇଥିଲେ । ଆମେ ଘଟଣାର ଅନୁସନ୍ଧାନ କରୁଛୁ । ତେବେ ବିସ୍ଫୋରଣ ବୋମା କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ବୋଲି ଅଧିକାରୀ ସ୍ପଷ୍ଟ କରି ନାହାଁନ୍ତି ।

Get real time updates directly on you device, subscribe now.