fbpx

ସେହୱାଗଙ୍କ ପରେ ରିଷଭ ହାସଲ କଲେ ବଡ଼ ଉପଲବ୍ଧି: ଦିନେଶ କାର୍ତ୍ତିକଙ୍କ ରେକର୍ଡ ଭାଙ୍ଗିବାକୁ ର୍ଟାେଗଟ

ନୂଆଦିଲ୍ଲୀ: ଗୁଜୁରାଟ ବିପକ୍ଷ ମ୍ୟାଚରେ ଏକପାଖିଆ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବୋଲିଂ ପରେ ପରେ ଦମଦାର ବ୍ୟାଟିଂ କରି ଟାଇଟନ୍ସକୁ ଚକମା ଦେଇଛନ୍ତି ଦିଲ୍ଲୀର ଖେଳାଳି । ତେବେ ଏହି ମ୍ୟାଚରେ ଅଧିନାୟକ ରିଷଭ ପନ୍ତ ସର୍ବଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇଛନ୍ତି । ମାତ୍ର ୧୬ ରନ୍ କରି ମଧ୍ୟ ‘ପ୍ଲେୟର ଅଫ ଦ ମ୍ୟାଚ’ପୁରସ୍କାର ପାଇଛନ୍ତି ରିଷଭ । ମ୍ୟାଚରେ ୱିକେଟ କିପିଙ୍ଗ କରୁଥିବା ରିଷଭ ନିଜ ଜଲୱାରେ ପ୍ଲେୟର ଅଫ ଦି ମ୍ୟାଚ ଜିତି ପାରିଛନ୍ତି । ତେବେ ଏହାସହିତ ପୂର୍ବ କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଧିନାୟକ ରିଷଭ ପନ୍ତ ।

ଗୁଜୁରାଟ ବିପକ୍ଷରେ ରିଷଭ ୪ ଜଣ ଖେଳାଳିଙ୍କୁ ପାଭିଲିୟନ ରାସ୍ତା ଦେଖାଇଛନ୍ତି । ତେବେ ଏହି ମ୍ୟାଚରେ ଜୁଗୁରାଟର ଅଲରାଉଣ୍ଡର ଡାଭିଡ ମିଲରଙ୍କ କ୍ୟାଚ ଦଳ ପାଇଁ ମ୍ୟାଚରେ ଟ୍ୱିଷ୍ଟ ଆଣିଥିଲା । ଦମଦାର ୱିକେଟ କିପିଙ୍ଗ ପାଇଁ ଏହି ମ୍ୟାଚର ସର୍ବଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇଛନ୍ତି ରିଷଭ । ଦିଲ୍ଲୀ କ୍ୟାପିଟାଲ୍ସ ଦଳ ତରଫରୁ ରିଷଭ ସପ୍ତମ ଥର ପାଇଁ ଏହି ପୁରସ୍କାର ପାଇଛନ୍ତି । ଏହି ଟିମ ପାଇଁ ସର୍ବାଧିକ ପ୍ଲେୟର ଅଫ ଦି ମ୍ୟାଚ ପାଇଥିବା ଖେଳାଳିଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ତେବେ ପୂର୍ବତନ ଖେଳାଳି ବିରେନ୍ଦ୍ର ସେହୱାଗ ସର୍ବାଧିକ ୧୦ ଥର ଏହି ପୁରସ୍କାର ହାସଲ କରିଛନ୍ତି । ସେହିପରି ୬ଟି ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଷ୍ଟାର ବ୍ୟାଟର ଡାଭିଡ ୱାର୍ଣ୍ଣର ।

ସେହିପରି ୱିକେଟ କିପର ଭାବରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ସେ ଦିନେଶ କାର୍ତ୍ତିକଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ୧୫ବର୍ଷ ପୂର୍ବରୁ ଦିନେଶ କାର୍ତ୍ତିକ ଦିଲ୍ଲୀ କ୍ୟାପିଟାଲ୍ସ(ଡେୟାର ଡେଭିଲ୍ସ) ଗୋଟିଏ ଇନିଂସରେ ୱିକେଟ କିପର ଦ୍ୱାରା ସର୍ବାଧିକ ଆଉଟ କରିବାରେ ସଫଳତା ପାଇଥିଲେ । ୨୦୦୯ ମସିହାରେ ରାଜସ୍ଥାନ ରୋୟଲ୍ସ ବିପକ୍ଷରେ ଦିନେଶ କାର୍ତ୍ତିକ ମୋଟ ୪ଟି ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ୨ଟି ଷ୍ଟମ୍ପିଙ୍ଗ ସହ ୨ଟି କ୍ୟାଚ୍ ନେଇ ରେକର୍ଡ ସୃଷ୍ଟି କରିଥିଲେ କାର୍ତ୍ତିକ । କିନ୍ତୁ ଗୁଜୁରାଟ ବିପକ୍ଷ ମ୍ୟାଚରେ ରିଷଭ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି ।

Get real time updates directly on you device, subscribe now.