fbpx

(Video) କେଡ଼େ ବିଚିତ୍ର ଦୃଶ୍ୟ! ବିଲେଇ କୋଳରେ ମୂଷା, ଆହରକୁ ନ ଖାଇ ଗେହ୍ଲା କରୁଛି ପୁସି ମାଉସୀ

ଓଡ଼ିଶା ଭାସ୍କର: ବିଲେଇ ଓ ମୂଷାର ସଂପର୍କ ବିଷୟରେ କିଏ ବା ନ ଜାଣେ । ତେବେ ବିଲେଇ ଓ ମୂଷାର କଥା ଉଠିଲେ ଟମ୍ ଆଣ୍ଡ ଜେରୀ କାର୍ଟୁନ୍ ଲୋକମାନଙ୍କ ସାମ୍ନାକୁ ଆସିଯାଏ । କିନ୍ତୁ ପ୍ରକୃତରେ କେବେ ଆପଣ କେବେ ମୂଷା ଓ ବିଲେଇ ଯୋଡି ଦେଖିଛନ୍ତି କି? ଯଦି ନୁହେଁ ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ମୂଷା ବିଲେଇଙ୍କ ଏହି ଭିଡିଓଟିକୁ ଦେଖନ୍ତୁ ।

ଭିଡିଓରେ ଦେଖିବାକୁ ମିଳୁଛି କି ବିଲେଇଟି ମୂଷାକୁ ଆକ୍ରମଣ କରିବା ପରିବର୍ତ୍ତେ ତାକୁ ଖୁବ୍ ଗେହ୍ଲା କରୁଛି । ଭିଡିଓରେ ଦେଖିବାକୁ ମିଳୁଛି କି ବିଲେଇ ଝରକା ବାଟେ ଗଳି କବାଟକୁ ଲାଗି ଛିଡା ହୋଇଥିବା ଏକ ମୂଷାକୁ ଦେଖୁଛି । ସେ ତାକୁ ହାତରେ ଛୁଇଁ ଯେପରି କୁତୁକୁତୁ କରୁଛି । ଏହା ପରେ ବିଲେଇ ମୂଷାକୁ କୋଳରେ ଧରି ଗେହ୍ଲା କରୁଥିବାର ଦେଖାଯାଉଛି । ସେ ତାକୁ ଦୁଇ ହାତରେ ଧରି କୋଳରେ ରଖି ଶୋଇଯାଉଥିବା ଦେଖିବାକୁ ମିଳୁଛି । ଏହି ସମୟରେ ମୂଷା ବି ଭୟ ନ କରି ବେଶ୍ ନିଶ୍ଚିନ୍ତରେ ବସିଥିବାର ଦେଖାଯାଉଛି ।

 

View this post on Instagram

 

A post shared by Kishor Kunwar (@gorkazkunwar69)

ଭାଇରାଲ୍ ଭିଡିଓକୁ ଏ ପର୍ଯ୍ୟନ୍ତ ୧୨.୨ ମିଲିୟନ ଲୋକ ଦେଖିସାରିଲେଣି ଓ ୧୫ ଲକ୍ଷ ଲୋକ ଲାଇକ୍ କରିଛନ୍ତି । ଏହି ଆକାଉଣ୍ଟରେ ବିଲେଇ-ମୂଷାର ଆଉ ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି । ଏଥିରେ ମୂଷା ବିଲେଇ ମୁଣ୍ଡ ଉପରେ ବସିଥିବା ନଜର ଆସୁଛି ।

Get real time updates directly on you device, subscribe now.