fbpx

କି ଅପୂର୍ବ ଦୃଶ୍ୟ! ଅଯୋଧ୍ୟାରେ ବରଫପାତ… ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବରଫରେ ଭରିଗଲା ଅଯୋଧ୍ୟା ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଦେଶବ୍ୟାପୀ ଶ୍ରଦ୍ଧାଳୁଙ୍କ ଖୁସି କହିଲେ ନ ସରେ । ଏହି ମହା ସମାରୋହ ପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ତେବେ ପ୍ରାଣ ପ୍ରତିଷ୍ଠା ଉସବବକୁ ଆଉ ମାତ୍ର କେଇଟା ଦିନ ବାକି ରହିଥିବା ବେଳେ ବର୍ତ୍ତମାନ ଅଯୋଧ୍ୟା ନଗରୀର ଏକ ନୂଆ ରୂପ ଦେଖିବାକୁ ମିଳିଛି । କାଶ୍ମୀର ଭଳି ବରଫରେ ଆଚ୍ଛାଦିତ ହୋଇଛି ଶ୍ରୀରାମଙ୍କ ଜନ୍ମଭୂମି । ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଆରମ୍ଭ କରି ସରାୟୁ ନଦୀ ତଟ ସବୁ କିଛି ଧଳାଚାଦର ତଳେ ଲୁଚି ଯାଇଛି । ଯାହାର ଦୃଶ୍ୟ ଅତି ମନୋରମ ରହିଛି ।

AYODHYA SNOWFALL

ଅଯୋଧ୍ୟା ନଗରୀରେ ବରଫପାତ ପରେ ସହରର ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରୁ ସରାୟୁ ନଦୀ କୂଳ ଏବଂ ଏହା ନିକଟରେ ରହିଥିବା ପୁରୁଣା ଗଳି… ବରଫାଚ୍ଛନ୍ନ ହେବା ପରେ ଏହାର ଦୃଶ୍ୟ ଅତି ମନଲୋଭା ମନେ ହେଉଛି । ଅଯୋଧ୍ୟାରେ ହିମାଚଳ ପରି ବରଫପାତ ହେବା ପରେ ଅଦ୍ଭୁତ ଦୃଶ୍ୟ ଦେଖାଯାଇଛି । ବରଫ ଚାଦର ତଳେ ଲୁଚି ରହିଥିବା ଅଯୋଧ୍ୟାର ସରାୟୁ ନଦୀ ଭକ୍ତଙ୍କ ହୃଦୟକୁ ଜିଣି ନେଇଛି । ସେହିପରି ବରଫପାତ ପରେ ଅଯୋଧ୍ୟାର ରେଳ ଷ୍ଟେସନର ଦୃଶ୍ୟ ମଧ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି । ରାମ ମନ୍ଦିରର ନିର୍ମାଣ ସହିତ ଅଯୋଧ୍ୟା ରେଳ ଷ୍ଟେସନକୁ ମଧ୍ୟ ଭବ୍ୟ କରାଯାଉଛି । ଏହାକୁ ଏକ ନୂଆ ନାମ ମଧ୍ୟ ପ୍ରଦାନ କରାଯାଇଛି ।

AYODHYA RAILWAY STATION

ତେବେ ଅଯୋଧ୍ୟାରେ ବରଫପାତ ହେବା ଅସମ୍ଭବ କହିଲେ ଭୁଲ ହେବ ନାହିଁ । କିନ୍ତୁ ପ୍ରକୃତ ଘଟଣା ହେଉଛି ଅଯୋଧ୍ୟାରେ ହୋଇଥିବା ଏହି ବରଫପାତ ପ୍ରାକୃତିକ ନୁହେଁ, ଏଆଇ ରାମ ମନ୍ଦିରରୁ ସରାୟୁ ନଦୀ ତଟ ପର୍ଯ୍ୟନ୍ତ କିଛି ଫଟୋ ପ୍ରସ୍ତୁତ କରିଛି, ଯାହା ବରଫପାତ ପରେ ଧଳା ଚାଦରରେ ଘୋଡ଼ାଇ ହୋଇ ରହିଥିବା ଦେଖାଯାଇଛି । ତେବେ ବର୍ତ୍ତମାନ ନଜର ପକାନ୍ତୁ ଯଦି ସତରେ ଆଯାଧ୍ୟାରେ ବରଫପାତ ହୁଏ, ତେବେ କିପରି ରହିବ ଅଯୋଧ୍ୟାର ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ।

AYODHYA RAM MANDIR

ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ସାରିଛି । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଏହାର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ରାମ ମନ୍ଦିର ଏବଂ ସରାୟୁ ନଦୀ କୂଳ ସହିତ ଅଯୋଧ୍ୟାର ଅନ୍ୟାନ୍ୟ ସ୍ଥାନ ଗୁନିକୁ ମଧ୍ୟ ଏଆଇ ନିଜ କଳାରେ ଦର୍ଶାଇଛି । ଅଯୋଧ୍ୟାର ଏକ ରାସ୍ତା ଏବଂ ଏକ ପୁରୁଣା ମନ୍ଦିରକୁ ଏଆଇ ମାଧ୍ୟମରେ ବରଫପାତ ପରର ଦୃଶ୍ୟରେ ପ୍ରସ୍ତୁତ କରାଯାଇଛି ।

AYODHYA RAM TEMPLE

Get real time updates directly on you device, subscribe now.