fbpx

ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରାରେ କଂଗ୍ରେସକୁ ଲୋକସଭା ନିର୍ବାଚନରେ ମିଳିବ କି ଫାଇଦା? ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୪ ଜାନୁଆରୀ ରୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ମଣିପୁରରୁ ମୁମ୍ବାଇ ଯାଏଁ ଭାରତ ନ୍ୟାୟ ଯାତ୍ରା ହେବାର ବ୍ୟବସ୍ଥା ରହିଛି । ଏହି ଯାତ୍ରା ଏପରି ସମୟରେ ହେବ ଯେତେବେଳେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ପ୍ରସ୍ତୁତି ଖୁବ ଜୋରରେ ଚାଲିଛି ।  ପ୍ରଶ୍ନ ଉଠୁଛି ଯେ, ଭାରତ ନ୍ୟାୟ ଯାତ୍ରାରେ କଂଗ୍ରେସକୁ ଫାଇଦା ମିଳିବ କି ନାହିଁ । କ’ଣ ଏହି ଯାତ୍ରା ଯେଉଁ ଯେଉଁ ସ୍ଥାନ ଦେଇ ଯିବ ସେଠାରେ ଲୋକସଭା ସିଟ କଂଗ୍ରେସର ହୋଇଯିବ? ଏହି ମାମଲାକୁ ନେଇ ସର୍ଭେ କରାଯାଇଛି ।

ସର୍ଭେରେ ପ୍ରଶ୍ନ କରାଯାଇଛି ଯେ, ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରାରେ କଂଗ୍ରେସକୁ ୨୦୨୪ ଲୋକସଭା ନିର୍ବାଚନରେ ଫାଇଦା ମିଳିବ କି? ଏହା ଉପରେ ୩୯ ପ୍ରତିଶତ ଲୋକେ ହଁ ବୋଲି ଉତ୍ତର ଦେଇଛନ୍ତି । ସେହିପରି ୪୯ ପ୍ରତିଶତ ଲୋକେ ନାଁ କହିଛନ୍ତି । ଏହା ବ୍ୟତୀତ ୧୨ ପ୍ରତିଶତ ଲୋକେ କହିଛନ୍ତି ଯେ, ସେମାନେ ଏହା ଉପରେ ବର୍ତ୍ତମାନ କିଛି କହିପାରିବେ ନାହିଁ ।

ହାରାହାରି ୬,୨୦୦ କିମିର ଭାରତ ନ୍ୟାୟ ଯାତ୍ରା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ଯାତ୍ରା ମଣିପୁର, ନାଗାଲ୍ୟାଣ୍ଡ, ଆସାମ, ମେଘାଳୟ, ପଶ୍ଚିମ ବଙ୍ଗଳା, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ର ହୋଇ ବାହାରିବ ।

Get real time updates directly on you device, subscribe now.