CHARIDHAM

Nanobots କ’ଣ? ଯାହା ମଣିଷର ଶରୀର ଭିତରକୁ ଯାଇ କରିବ ଅନେକ ରୋଗର ଚିକିତ୍ସା, ଜାଣନ୍ତୁ

Nanobots ଆମ ଶରୀରକୁ ଯାଇ ଅନେକ ରୋଗକୁ କରିବ ଦମନ

ନୂଆଦିଲ୍ଲୀ: ସ୍କଟଲାଣ୍ଡର ଏଡିନବରା ୟୁନିର୍ଭସିଟିର ଇଞ୍ଜିନିୟରିଂ ବିଭାଗର ବୈଜ୍ଞାନିକମାନେ ଏକ ନୂଆ ଜିନିଷର ଆବିଷ୍କାର କରିଛନ୍ତି। ସେମାନେ ଅତ୍ୟନ୍ତ ଛୋଟ ରୋବୋର୍ଟସ୍ ବିକଶିତ କରିଛନ୍ତି।

ଏହାକୁ ମଣିଷ ଶରୀରରେ ଇଞ୍ଜେକ୍ଟ କରାଯାଇପାରିବ। ଏହି ଛୋଟ ରୋବୋର୍ଟ ଶରୀର ଭିତରେ ଜଟିଳ କାମକୁ ସହଜ କରି ଭୟଙ୍କର ରୋଗର ଚିକିତ୍ସା କରିପାରିବ।

ରିସର୍ଚ୍ଚ ମୁତାବକ, ବୈଜ୍ଞାନିକମାନେ ଏଭଳି ମ୍ୟାଗ୍ନେଟିକ ନାନୋବୋଟ୍ସ ତିଆରି କରିଛନ୍ତି ଯେ, ଯାହା ରକ୍ତକୁ ଜମାଟ ବାନ୍ଧୁଥିବା ଔଷଧରେ ତିଆରି ହୋଇଛି। ଏହୋ ବୋଟ୍ସକୁ କୋଚିଂ ଦିଆଯାଇଛି।

ଏହା ଏକ ନିର୍ଦ୍ଦିଷ୍ଟ ତାପମାନରେ ତରଳି ଔଷଧକୁ ଛାଡ଼ିଥାଏ। ଏହି ଏକ ରୋଗୀଙ୍କ ଶରୀରର ସେହି ଭାଗକୁ ଛଡ଼ାଯାଇଥିଲା, ଯେଉଁଠାରେ ଚିକିତ୍ସାର ଆବଶ୍ୟକତା ଥିଲା।

ରିସର୍ଚ୍ଚରେ ଏହା ମଧ୍ୟ ମିଳିଛି ଯେ, ଏହି Nanobots ବିନା ଔଷଧକୁ ବ୍ଲଡଷ୍ଟ୍ରିମରେ ପ୍ରସାରିତ କରି, ସିଧା ନିଜ ସ୍ଥାନକୁ ଫେରିଆସି ପାରିବ। ଏହା କେବଳ ଔଷଧକୁ ଡେଲିଭରୀ କରେନି, ବରଂ ଏହା ଶରୀରରେ ଏହା ସାମ୍ପଲ ନେବା, ଡାଟା କଲେକ୍ଟ କରିବା ଏବଂ ଏପର୍ଯ୍ୟନ୍ତ ଭବିଷ୍ୟତରେ ବିଚାର କରିବାର ଟ୍ରାନ୍ସମିଶନ ପର୍ଯ୍ୟନ୍ତ ଉପଯୋଗୀ ହୋଇପାରେ।

ଚୀନ ଏହି ଦିଗରେ କାମ କରୁଛି। ଚୀନ ପୂର୍ବରୁ ବି Nanobotsକୁ ଡାକ୍ତରଙ୍କ ସର୍ଜରୀରେ ସାହାଯ୍ୟ କରିବା ଲାଗି ବ୍ୟବହାର କରିଥିଲା।