ନୂଆଦିଲ୍ଲୀ: ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମ UPI ଏବଂ ସିଙ୍ଗାପୁରର ପେମେଣ୍ଟ ସିଷ୍ଟମ PayNow ଉଭୟ ଦେଶ ଦ୍ୱାରା ସଂଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ହାଇୟୁନ୍ ଲଙ୍ଗ ମଙ୍ଗଳବାର ଦିନ ଏହା ଆରମ୍ଭ କରିଛନ୍ତି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ସାଧାରଣ ଲୋକ କିପରି ସୁପିଧା ପାଇବେ ।
ଦୁଇ ଦେଶ ମଧ୍ୟରେ ଖୁଚୁରା ଦେୟ ଅତ୍ୟନ୍ତ ସ୍ୱଚ୍ଛ ନୁହେଁ । ଅନ୍ୟପକ୍ଷରେ, ଏହିପରି କାରବାର ଉପରେ ଅଧିକ ଦେୟ ହେତୁ ସାଧାରଣ ଲୋକଙ୍କ ପକେଟରେ ମହଙ୍ଗା ମାଡ ହୁଏ । ଏହି ଦୁଇଯି ଆପ୍ ର ଲିଙ୍କ ହେତୁ, ଏହି ସମସ୍ୟାର ସିଧାସଳଖ ସମାଧାନ ମିଳିପାରିବ । ବର୍ତ୍ତମାନ ଭାରତର ନାଗରିକମାନେ ସିଙ୍ଗାପୁରରେ ଖୁଚୁରା ଦେୟ ସହଜରେ କରିପାରିବେ, ତେଣୁ ସିଙ୍ଗାପୁରର ଲୋକମାନେ ବିନା କୌଣସି ଅସୁବିଧା ଭାରତୀୟ ବଜାର ବିକ୍ରି-କିଣା କରିପାରିବେ। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଖୁଚୁରା କାରବାର ଅଧିକ ସୁରକ୍ଷିତ, ସହଜ, ସ୍ୱଚ୍ଛ ଏବଂ ଶସ୍ତା ହୋଇପାରିଛି।
ସାଧାରଣ ଲୋକ କିପରି ଉପକୃତ ହେବେ?
ଏହି ସିଷ୍ଟମ ପ୍ରଣାଳୀରେ ସିଙ୍ଗାପୁରରେ ବ୍ୟବସାୟ କରୁଥିବା କିମ୍ବା ବୁଲିବାକୁ ଯାଉଥିଲେ ବା କୌଣସି କାମ ଳପାଇଁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ ଏହା ସହଜ ହୋଇଛି । ଯଦି ଆପଣ ସିଙ୍ଗାପୁର ବୁଲିବାକୁ ଯାଉଛନ୍ତି ତେବେ ଆପଣ ସେଠାରେ ଖୁଚୁରା ବ୍ୟବହାର ନକରି ଏହି ଆପ୍ ମଧ୍ୟମରେ ଦେୟ ଦେବାକୁ ସମର୍ଥ ହେବେ । ଏହା ବ୍ୟତୀତ ହଜାର ହଜାର ଭାରତୀୟ ସିଙ୍ଗାପୁରରେ କାମ କରନ୍ତି, ବର୍ତ୍ତମାନ ସେମାନଙ୍କ ପାଇଁ ଟଙ୍କା ପଠାଇବା ସହଜ ଏବଂ ଶସ୍ତା ହୋଇଛି। କେବଳ ଏତିକି ନୁହେଁ, ସିଙ୍ଗାପୁରରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଘରୁ ଟଙ୍କା ପଠାଇବା ସହଜ ହୋଇଛି।